ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମୁଦ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦାସ୍ଥିତ ମା’ସିଦ୍ଧ ମରଚାଇ ଭାଗବତ ଟୁଙ୍ଗି ଏବଂ କାନପୁର, ମରଚାଇପଦା, ନିଉଦାଣୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ନିର୍ମାଣଧିନ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଭାଗବତ ଦିବସ ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଚାର୍ଯ୍ୟ ଭକ୍ତ ଚରଣ ତ୍ରିପାଠୀ, ରାମଚନ୍ଦ୍ର ପଣ୍ଡା, ପ୍ରଶ୍ନଜିତ ପଣ୍ଡାଙ୍କ ଦ୍ୱାରା ଗୁରୁ ପୂଜା, ସୂର୍ଯ୍ୟ ପୂଜା, ଘଟ ମଣ୍ଡଳାଦି ପୂଜା, ହୋମ ଯଜ୍ଞ ଓ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବରେ ହର ମୋହନ ପଣ୍ଡା, ସୁବାସିନୀ ପଣ୍ଡା ଦାୟିତ୍ୱ ତୁଲାଇଥିଲେ । ଶହଶହ ଶ୍ରଦ୍ଧାଳୁ ମାନେ ଧାନ, ଚାଉଳ, ସୁନା, ରୂପା, ଅର୍ଥ ଦାନ କରି ରତ୍ନ ମୁଦ ଉତ୍ସବରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଶଂଙ୍ଖାଳୀ ଚରଣ ରାଉଳ, ଅଜିତ କୁମାର ରାଉତ, ଫକିର ଚରଣ ବେହେରା, ଗିରିଶ ଚନ୍ଦ୍ର ମହାନ୍ତି, ଗୋବର୍ଦ୍ଧନ ରାଉତ, ପ୍ରାଣବଲ୍ଲଭ ରାଉତ, ସୁଲୋଚନା ହାତୀ, ପାର୍ବତୀ ପେଡ଼ା, ସଶ୍ମିତା ଭୋଇ, ମାନାରାଣୀ ତ୍ରିପାଠୀ ସହଯୋଗ କରିଥିଲେ । ଏଥିରେ ଅତିଥି ଭାବେ ସାମ୍ବାଦିକ ହେମନ୍ତ ସିଂହ, ଗୋପାଳ କୃଷ୍ଣ ରାଉତ, ସ୍ତମ୍ବକାର ସୁବୋଧ କୁମାର ସାହୁ, ଡ.ବିଭୁତି ଭୁଷଣ ମିଶ୍ର ଯୋଗ ଦେଇଥିଲେ । ଉତ୍ସବରେ କାନପୁରର ଗୁଣାକର ଜେନା, ଗୋପବନ୍ଧୁ ପାଣିଗ୍ରାହୀ, ପ୍ରଭାତ କୁମାର ବେହେରା, ସନ୍ତୋଷ କୁମାର ଜେନା, ନିଉଦାଣୀ ଗ୍ରାମର ରମେଶ ଚନ୍ଦ୍ର ବଳ, ବ୍ରଜ ମୋହନ ଭୋଇ, ଅକ୍ଷୟ କୁମାର ବଳଙ୍କ ସମେତ ୩ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।


