ଜଗନ୍ନାଥ ମେମୋରିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲ ପଡିଆ ଠାରେ ଜଗନ୍ନାଥ ମେମୋରିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆୟୋଜିତ କ୍ରୀଡା ଉତ୍ସବକୁ ସମାଜସେବୀ ରାମଚନ୍ଦ୍ର ସେନାପତି ଓ ସ୍ଥାନୀୟ ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ନାୟକ ମିଳିତ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ସିମିଳିଆ ଓ ଭଣ୍ଡାରିପୋଖରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଣ୍ଡାରିପୋଖରୀ କ୍ରିକେଟ ଟିମ ବିଜୟୀ ହୋଇଥିଲା । ଅମ୍ପେୟାର ଭାବେ ସମରେନ୍ଦ୍ର ଜେନା ଓ ମନୋଜ ଜେନା ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଆକାଶ ଜେନା, ରାଜେନ୍ଦ୍ର ଜେନା, ପୁରସ୍ତମ ଜେନା, ପ୍ରହଲ୍ଲାଦ ଜେନା ଓ ଭାଷ୍ୟକାର ଭାବେ ଅକ୍ଷୟ ଜେନା , ଧିରେନ୍ଦ୍ର ଜେନା ଦାୟିତ୍ୱ ନିର୍ବାହ କରିଥିଲେ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟକୁ ଏମଟି ପାୱାର କ୍ଲବ ଓ ବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ