ଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ବ୍ଲକ ସ୍ତରୀୟ କମିଟି ଗଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଲକ୍ଷ୍ମୀ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଚନ୍ଦ୍ରମଣି ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଯୋଜକ ବିଜୟ କୁମାର ଓଝା, ପିତାମ୍ବର ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ବ୍ଲକ ସ୍ତରୀୟ କମିଟି ଗଠିତ ହୋଇ ସଭାପତି ଭାବେ କାଳନ୍ଦି ଚରଣ ଜେନା, ସଂଯୋଜକ ଭାବେ ମହେନ୍ଦ୍ର ବେହେରା, ଉପସଭାପତି ଭାବେ ଦୁଃଖିଶ୍ୟାମ ବାରିକ, ସଂପାଦକ ହରିହର ଜେନା, କୋଷାଧ୍ୟକ୍ଷ ନାରାୟଣ ଜେନା, ସଭ୍ୟ ଭାବେ ସାଗର ଚନ୍ଦ୍ର ରାଉତ, ସେବତୀ ବେହେରା, କୁଟୁରୀ ଜେନା, ଦୟାନିଧି ଜେନାଙ୍କୁ ମନୋନୀତ କରାଯାଇଥିଲା ।