ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବୁଧବାର ବନ୍ତ ବ୍ଳକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟ।।ଳୟ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଏନ୍.ଏସ୍.ଏସ ପ୍ରୋଗ୍ରାମ ଅଫିସର ସୁବାଷ ଚନ୍ଦ୍ର ନାୟକ, ସୁଶାନ୍ତ କୁମାର ବେହେରା, ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ, ଜଗନ୍ନାଥ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ଅନନ୍ତ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛ ଭାରତ ଅଭିଯାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସର ଓ ରାସ୍ତାଘାଟ ସଫେଇ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଉତ୍ତମ କୁମାର ବିଶ୍ୱାଳ, ଶଙ୍କର୍ଷଣ ରାଉତ ପ୍ରମୁଖ ସହଯୋଗ କରିଥିଲେ ।