ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ସେବା ଶିବିର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସୁଶାନ୍ତ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଛାତ୍ରଛାତ୍ରୀ ମାନେ ଗଣିଜାଙ୍ଗ ବଜାର ଓ ଜଗନ୍ନାଥ ମନ୍ଦିର ପରିସର ସଫେଇ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସମେତ ଦୀପକ ଦାସ, କୁଷଭଦ୍ର ପାଣିଗ୍ରାହୀ, ଶିବ ସେଠୀ, ଶ୍ରଦ୍ଧାଙ୍ଗିନୀ ପଣ୍ଡା, ସ୍ୱାଗତିକା ନାୟକ, ଦୀପିକାରାଣୀ ସ୍ୱାଇଁ, ନମିିତା ରାଉତ, ଆରତି ରଣା ପ୍ରମୁଖ ସହଯୋଗ କରିଥିଲେ ।