ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରୁ ଚୋରି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରୁ ରବିବାର ବିଳମ୍ବିତ ରାତ୍ରରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ରବିବାର ରାତ୍ରରେ ଦୃବୁର୍ତ୍ତ ମାନେ ଅଫିସ ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରୁ ଇନ୍ଭର୍ଟର ମେସିନ, ବ୍ୟାଟେରୀ, ଜେରେକ୍ସ କମ୍ ପ୍ରିଣ୍ଟର ମେସିନ୍, କମ୍ପ୍ୟୁଟର କି ବୋର୍ଡ ସମେତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଚୋରାଇ ନେଇଛନ୍ତି । ସୋମବାର ଯୁକ୍ତ ଦୁଇ ଉପଶାସ୍ତ୍ରୀ ପ୍ରଥମ ବର୍ଷ ନାମଲେଖା ଥିବାରୁ ଅଧ୍ୟାପକ ଓ କର୍ମଚାରୀ ମାନେ କଲେଜ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାଶ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ।