ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ନବାଗତ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଅଧ୍ୟକ୍ଷ ଶଙ୍କର୍ଷଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କମଳାକିଶୋରୀ ରାଉତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଙ୍କିମ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ସୁବାଷ ଚନ୍ଦ୍ର ନାୟକ, ଚନ୍ଦ୍ରକାନ୍ତ ବେହେରା, ମନୋଜ କୁମାର ରାଉତ, ଅଧ୍ୟାପିକା ଦେବଯାନୀ ପଣ୍ଡା, କର୍ମଚାରୀ ଉତ୍ତମ ବିଶ୍ୱାଳ, ଶଙ୍କର୍ଷଣ ରାଉତ ଯୋଗ ଦେଇ ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ ବୋଲି କହିଥିଲେ । ପ୍ରାରମ୍ଭରେ କୁଶଭଦ୍ର ପାଣିଗ୍ରାହୀ ବେଦ ପାଠ କରିଥିବା ବେଳେ ଛାତ୍ରୀ ନମିତା ରାଉତ, ପ୍ରିତିସୁଧା ରାଉତ, ମୋନାଲିସା ଶତପଥି ସ୍ୱାଗତ ସଂଗୀତଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଶ୍ମିରଞ୍ଜନ ବାରିକ, ଦୀପକ ଦାସ, ଚନ୍ଦନ ପତି, ରମେଶ ରାଉତ, ଭୀମସେନ ମୁର୍ମୁ, ବାହଦୁଲ୍ଲା ବାସ୍କେ, ସନ୍ଧ୍ୟାରାଣୀ ଓଝା, ଗାୟତ୍ରୀ ସାମଲ, ପୁଷ୍ପା ମଲ୍ଲିକ, ପଦ୍ମିନୀ ତ୍ରିପାଠୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।