ଜଗବନ୍ଧୁ ଦାସ ଙ୍କ ଦୁର୍ଗମ ଅଞ୍ଚଳ ପରିଦର୍ଶନ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜେଡ଼ି ସଭାପତି ମୋହନା ବ୍ଲକ୍ ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କାଟାମା, ଗଡ଼ରମା ସୁଦୂର ରାୟଗଡା ଜିଲ୍ଲା ତଥା କନ୍ଧମାଳ ଜିଲ୍ଲା ର ସୀମାନ୍ତ ବର୍ତ୍ତି ରେ ଥିବା ଗ୍ରାମ ଗୁଡିକ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉକ୍ତ ଗସ୍ତ ସମୟରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ସହ ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ହାଡ଼ିଆ କନ୍ଧ,ବାଲିମା ଶବର,ଜିଲ୍ଲା ମାଇନେରିଟ୍ ସେଲ୍ ର ସମ୍ପାଦକ ପ୍ରକାଶ ନାୟକ, ତଥା ଗଡ଼ରମା ସରପଞ୍ଚ ଅମିତା ଗୁମିଡ଼ଙ୍ଗା ସମିତି ସଭ୍ୟ ଦୁଃଖ। ବଡ଼ମାଝି,କାଟାମା ସରପଞ୍ଚ ଦୁଷ୍ମନ୍ତ କନ୍ଧ,ସମିତି ସଭ୍ୟ ବିଲୋଚନା ମନ୍ତ୍ରୀ ଏବଂ ସମସ୍ତ ୱ।ଡ଼ମେମ୍ବର,ସମସ୍ତ ବିଜୁପରିବାରର ସଦସ୍ୟ ତଥା ସ୍ଥାନୀୟ ରାଜନୈତିକ ଉପସ୍ଥିତ ଥିଲେ ।କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଵ୍ କା ସାଥ୍ ସଵ୍ କା ବିକାଶ ର ଦିଣ୍ଡିମ ପିଟୁଥିବା ବେଳେ ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏହା କାର୍ଯ୍ୟ କରି ଦେଖାଉଛନ୍ତି ।କାରଣ , ନବୀନ ସରକାର ଓଡିଶା ଯୋଜନା ରେ ପ୍ରତ୍ୟେକ ପଞ୍ଚାୟତର ସାମୁହିକ ବିକାଶ ନିମନ୍ତେ ୫୦,୦୦୦,୦୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।ଏହି ସ୍ୱତନ୍ତ୍ର ପାଣ୍ଠି ମାଧ୍ୟମରେ ସ୍କୁଲ, କ୍ରିଡା ର ଭିତିଭୁମି ,ମନ୍ଦିର ନିର୍ମାଣ, ଚର୍ଚ ନିର୍ମାଣ, ନେଟୱାର୍କ ଭଳି ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ।ତତ୍ ସହିତ ୫ଟି ସଚିବ ଭି,କେ ପାଣ୍ଡିୟାନ୍ ମଧ୍ୟ ସ୍ୱତନ୍ତ୍ର ପାଣ୍ଠିରୁ ଗଜପତି ଜିଲ୍ଲାରେ ପ୍ରସ୍ତାବିତ ଥିବା ଚର୍ଚ, ମନ୍ଦିର ନିର୍ମାଣ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।ମହିଳା ମାନେ ମଧ୍ୟ କିଭଳି ଭାବେ ନିଜକୁ ସାବଲମ୍ବି କରିପାରିବେ ସେଥିପାଇଁ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମା ମାନଙ୍କ ପାଇଁ କୁକୁଡ଼ା ଚାଷ, ଛେଳି ଚାଷ, ମାଛ ଚାଷ, ଭଳି ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଓ,ଏଲ୍,ଏମ୍,
ମିଶନ ଶକ୍ତି ଯୋଜନା ରେ ସହାୟତା ଯୋଗାଇ ଦେଇଛନ୍ତି ବୋଲି ଜିଲ୍ଲା ସଭାପତି ଏହି ଯୋଜନା ଜନସାଧାରଣ ଙ୍କୁ ଅବଗତ କରାଇବା ସହ ଗ୍ରାମବାସୀ ଙ୍କ ସହ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି ।ତତ ସହ ଗ୍ରାମ ଗୁଡ଼ିକର ଯେଉ ସବୁ ସମସ୍ୟା ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥାଜିଲ୍ଲା ପ୍ରଶାସନ ନିକଟରେ ଅବଗତ କରାଇ ସମସ୍ୟାର ସମାଧାନ କରିବା ନିମନ୍ତେ ଜନସାଧାରଣ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଥ ସହ ଆଗାମୀ ନିର୍ବାଚନରେ ତ୍ରୁଣ ମୁଳ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଦଳକୁ ବିଜୟ ହାସଲ କରାଇବୁ ବୋଲି ଜନସାଧାରଣ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଶେଷରେ ଯୁବନେତା ହାଡ଼ିଆ କନ୍ଧ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ