ଜଙ୍ଗତର ଗ୍ରାମରେ ଶିଶୁ ଓ ମାତୃଗୃହ ଉଦଘାଟନ : ଶୁଖିଲା ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଏଲଏସଡ଼ିଏ ଅଧିନସ୍ଥ ଜଙ୍ଗତର ଠାରେ ମାତୃଗୃହ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ପ୍ରକଳ୍ପକ ନିର୍ଦେଶକ ଦିଲୀପ କୁମାର ମହାରଣା ଯୋଗ ଦେଇ ଶୁଭ ଉଦଘାଟନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଲାଞ୍ଜିଆ ସଉରା ଅଧିନସ୍ଥ ୩ଟି ପଞ୍ଚାୟତ ଭୁବନି,ଅଜୟଗଡ଼ ଓ କୁଜାସିଂର ୨୪୦ ରାଜସ୍ବ ଗ୍ରାମର ବିକାଶ ଲାଗି ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମାତୃଗୃହ ଓ ଶିଶୁ ପୋଷଣ କେନ୍ଦ୍ର ଅନ୍ୟତମ। ମାତୃଗୃହରେ ୭ମାସରୁ ୩ବର୍ଷ ପାଇଁ ଉଦ୍ଦିଷ୍ଟ,ଗର୍ବବତୀ ପ୍ରସ୍ତୁତି ମହିଳାଙ୍କ ପାଇଁ ଏହି ଗୃହରେ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରଣାଳୀ ସହ ପିଲାଙ୍କ ଯତ୍ନବାନ ନିଆଯିବ। ସେହିପରି ଏଠାରେ ଛୋଟ ପିଲାଙ୍କ ପାଇଁ ପାର୍କର ବ୍ୟବସ୍ଥା କରାଯିବା ସହ ଜଙ୍ଗଲ ଜାତ ପୁଷ୍ଟିକର ଖାଦ୍ୟ ଗହମ,ଚିହ୍ନାବାଦାମ,ଅଣ୍ଡା ଓ ମାଣ୍ଡିଆରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ଓ ମଧ୍ୟାହ୍ନ ଭୋଜନ ଦିଆଯିବ।ଯାହାଫଳରେ ମାନସିକ ବିକାଶ,ଶାରୀରିକ ବିକାଶ ଓ ସାମାଜିକ ବିକାଶରେ ଉନ୍ନତି ଆଣିବ ବୋଲି ଶ୍ରୀ ମହାରଣା କହିଛନ୍ତି। ଅନ୍ୟତମ ଅତିଥି ଭାବେ ଏସଓ ଜ୍ୟୋତି କୃଷ୍ଣ ବେହେରା,ପ୍ରକଳ୍ପକ ପରିଚାଳକ ପି ଜୀବନ ଦାସ, ସେସଦେବ ମହାରଣା ଓ ଅକ୍ଷୟ କୁମାର ମହାନ୍ତି ଉପସ୍ଥିତ ଥିଲେ। ସେହିପରି ଏଲଏସଡ଼ିଏ ସହିତ ଓପିଲିପି ସହଭାଗୀତାରେ ଏହି ଅଞ୍ଚଳରେ ଥିବା ଗ୍ରାମରେ ଅନେକ କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଏ। ଏହି କାର୍ଯ୍ୟକ୍ରମକୁ ଏଲଏସଡ଼ିଏ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।