ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ମଦ ରନ୍ଧା ବନ୍ଦ କରିବା ପାଇଁ ସ୍ୱାମୀକୁ କହିବାରୁ ସ୍ତ୍ରୀକୁ ଜୀବନରେ ମାରି ଜଙ୍ଗଲରେ ଫୋପାଡି ଦେଲେ ସ୍ୱାମୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ବୁଡାନପିପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନଙ୍କୁ କେର୍କେବାଡ଼ି ଗ୍ରାମର ସନାତନ ପ୍ରଧାନଙ୍କ ଭଉଣୀ ସୁମିତ୍ରା ପ୍ରଧାନ ୭ ବର୍ଷ ହେବ ବିବାହ କରିଥିଲେ । ବିବାହ ପରଠାରୁ ପ୍ରକାଶ ପ୍ରଧାନ ମଦ୍ୟପାନ କରି ସୁମିତ୍ରାଙ୍କୁ ମାଡ଼ ମାରିବା ସହ ଅତ୍ୟାଚାର କରୁଥିଲେ । ଏପରିକି ପ୍ରକାଶ ପ୍ରଧାନ ମଦ ମଧ୍ୟ ରାନ୍ଧୁଥିଲେ । ମଦ ରାନ୍ଧିବାକୁ ବିରୋଧ କରୁଥିଲେ ସ୍ତ୍ରୀ ସୁମିତ୍ରା । ଗତ ୩୦ ତାରିଖ ଦିନ ସୁମିତ୍ରା ସ୍ୱାମୀ ରାନ୍ଧୁଥିବା ମଦ ଭାଟିକୁ ଯାଇ ମଦ ଭାଟି ଭାଙ୍ଗିଦେଇଥିଲେ । ଏହାରି ଫଳରେ ସ୍ୱାମୀ,ସ୍ତ୍ରୀ ସୁମିତ୍ରାକୁ ଝଗଡା କରିବା ସହ ସୁମିତ୍ରାଙ୍କୁ ଜୀବନରୁ ମାରିଦେବାକୁ ସ୍ୱାମୀ ଧମକ ଦେଇଥିଲେ । ଏହା ପରଠାରୁ ସୁମିତ୍ରା ନିଖୋଜ ରହିଥିବା ଭାଇ ସନାତନ ଅଭିଯୋଗ କରିଛନ୍ତି। ଏନେଇ ସନାତନ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅ ଘର ପରିବାର ଲୋକ ସମେତ ଗାଁ ଲୋକ ବୁଡାନପିପାଲି ଜଙ୍ଗଲରୁ ସୁମିତ୍ରାଙ୍କ ଗଳିତ ମୃତ ଦେହ ଦେଖି ଗାଁ ଲୋକ ଥାନା ଅଧିକାରୀ କୌଶିକ ମାଝୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଥାନା ଅଧିକାରୀ କୌଶିକ ମାଝୀ,ଏସଆଇ ଜିତେନ୍ଦ୍ର ବେହେରା,ଏଏସଆଇ ସୁବାସ ଚନ୍ଦ୍ର ବାଏକ ସହ ପୋଲିସ ଫୋର୍ସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରିବା ସହ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛନ୍ତି । ସ୍ୱାମୀ ପ୍ରକାଶ ପ୍ରଧାନ ସ୍ତ୍ରୀ ସୁମିତ୍ରାଙ୍କୁ ଜୀବନରୁ ମାରି ଘର ପଛ ପଟ ଜଙ୍ଗଲରେ ଫୋପାଡ଼ି ଦେଇଥିବା ସୁମିତ୍ରାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏ ନେଇ ଦାରିଙ୍ଗବାଡି ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ