ଜଙ୍ଗଲରୁ ମୃତଦେହ ଉଦ୍ଧାର,ହତ୍ୟା ସଂନ୍ଦେହ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟ ଛତିଶଗଡ ସୀମାନ୍ତ ଅଂଚଳ ପାହାଡ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ଧର୍ମଗଡ ବ୍ଲକ ଲଛିପୁର ଗ୍ରାମର ତପ ସୁନାନୀ (୫୮) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୯ ଟା ସମୟରେ ବାସୀ ପଖାଳ ଖାଇ ଘରୁ ବାହାରକୁ ଆସିଥିବା ବେଳେ ୧୨ ଟା ସମୟରେ ମୃତ ଦେହ ପଡିଥିବା ଖବର ଶୁଣୀ ଜୟରାମ ସୁନାନୀ ମୋର ବାପା ବୋଲି କହିଥିଲେ ।ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ମୁହଁରେ କ୍ଷତାକ୍ତ ହୋଇଥିବା ହୋଇଥିବା ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଖବର ପାଇ ଛତିଶଗଡ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।