ଜଙ୍ଗଲରେ ନିଆଁରେ ପୋଡିଗଲା ପାଇପ ଲାଇନ ଜଳଯୋଗାଣ ବନ୍ଦ

ପାତ୍ରପୁର,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମ ନିକଟ ପାହାଡ଼ରେ ନିଆଁ ଲାଗିବା ଫଳରେ ବିସ୍ତୀର୍ଣ୍ଣ ଅଞ୍ଚଳ ପୋଡ଼ି ଯାଇଥିବା ବେଳେ ପାହାଡ ରୁ ଆସୁଥିବା ପାଇପ ଲାଇନ ପୋଡ଼ି ଗ୍ରାମକୁ ଜଳଯୋଗାଣ ବ୍ୟାହତ ହୋଇଛି। ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମ ଯୋଗୁଁ କିଛି ସ୍ଥାନରେ ନିଆଁ ଲିଭାଇ ଥିବା ଜଣା ପଡି। ଗତକାଲି ସନ୍ଧ୍ୟାରେ ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିବା ଗ୍ରାମବାସୀ ଜାଣିବା ସହ ସକାଳୁ ସାହି ଭାଇ ସଂଘବଦ୍ଧ ଭାବେ ନିଆଁ ଲିଭାଇବା ପାଇଁ ନିଆଁ ଲାଗି ଥିବା ଅଞ୍ଚଳକୁ ପହଞ୍ଚି ଥିଲେ। ଶୁଖିଲା ଲଟା ବୁଦା ସଫା କରିବା ସହିତ କଞ୍ଚା ଡାଳ ସାହାଯ୍ୟରେ ନିଆଁ କୁ ଲିଭାଇ ଥିଲେ। ତେବେ ଏହି ନିଆଁ ଲାଗିବା ଯୋଗୁଁ ପାହାଡ ଉପରୁ ଗ୍ରାମକୁ ଆସୁଥିବା ସଂଯୋଗ ପଥ ପ୍ଲାଷ୍ଟିକ ପାଇପ ପୋଡ଼ି ଯିବା ଫଳରେ ଜଳଯୋଗାଣ ବନ୍ଦ ହୋଇ ଥିବା ଗ୍ରାମବାସୀ କହିଛନ୍ତି। ଆଜି ସକାଳେ ଗ୍ରାମବାସୀ ଜଙ୍ଗଲ ବିଭାଗ କୁ ଏହି ଖବର ଦେବା ପରେ ଏକ ଟିମ୍ ପହଞ୍ଚି ଥିବା ଏସ ସି ଏଫ୍ ମନୋଜ କୁମାର ପାତ୍ର ସୂଚନା ଦେଇ ଛନ୍ତି। ଏବେ ମଧ୍ୟ ଗ୍ରାମ ଜଙ୍ଗଲ ପାର୍ଶ୍ବ ଗଜପତି ସୀମା ଜଙ୍ଗଲ ରେ ନିଆଁ ଲାଗିଥିବା ବେଳେ ଏହି ଅଞ୍ଚଳ କୁ ପୁଣି ବ୍ୟାପିବା ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଗ୍ରାମକୁ ଆସୁଥିବା ପାଇପ ଲାଇନ୍ ପୋଡ଼ି ନଷ୍ଟହୋଇ ଥିବାରୁ ଲୋକଙ୍କ ପାଣି ଚିନ୍ତା ବଢ଼ାଇଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପାଇପ ଲାଇନ ସଜାଡିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ