ଜଙ୍ଗଲ ନଷ୍ଟ ନେଇ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଫୁଲବାଣୀ ବନାଞ୍ଚଳର ବିଶିପଡ଼ା ବିଟ୍‍ ହାସର ଅନ୍ତର୍ଗତ ଟିଟ୍ରାପଙ୍ଗା ନିକଟସ୍ଥ କୁଡ଼ାପଡ଼ା ମୌଜାର ଝାରସିଙ୍ଗ୍‍ ଜଙ୍ଗଲରୁ ମୂଲ୍ୟବାନ ଗଛ କଟାଯିବା ସହିତ କେତେକ ଏହାକୁ ଜବରଦଖଲ କରୁଥିବା ନେଇ ଅଭିଯୋଗ କରି ଗ୍ରାମବାସୀ ମାନେ ଲିଖିତ ଭାବେ ଫୁଲବାଣୀ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ସହିତ ଜଙ୍ଗଲ ନଷ୍ଟକାରି ମାନଙ୍କୁ ଜଙ୍ଗଲ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ। ଗ୍ରାମର ୱାର୍ଡ଼ ମେମ୍ବର ଗୀତାଞ୍ଜଳୀ କହଁର , ଭିମସେନ କହଁର , ଲବ କହଁର , ମନୋହର କହଁର , ସୁନିତା କହଁର , କିଶୋର ଚନ୍ଦ୍ର କହଁର , ଲକ୍ଷ୍ମଣ କହଁର , ତ୍ରିବେଣୀ କହଁର , ଯୁବତୀ କହଁର , ଚୌଧୁରୀ ଦଳଛତ୍ର , କୁନ୍ତଳା କହଁର , ଦମୟିନ୍ତି କହଁର , ସାଇବେଣୀ କହଁର ଭଳି ବହୁ ଗ୍ରାମବାସୀ ମାନେ ମିଳିତ ଭାବେ ଆସି ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ