ଜଙ୍ଗଲ ନିଆଁ ପ୍ରଶମନ ନିମିତ ସଚେତନ ଓ ଶପଥ ପାଠ କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଙ୍କ ନିର୍ଦେଶ କ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିନସ୍ଥ ଭଞ୍ଜନଗର ସେକ୍ସନ ଗୁଡ଼ିପଦର ଗ୍ରାମରେ ଜଙ୍ଗଲ ନିଆଁ ପ୍ରଶମନ ଓ ସପଥପାଠ ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକରେ ଉତ୍ତର ଘୁମୁସର ବନଖଣ୍ଡ ରୁ ସହକାରୀ ବନ ସଂରକ୍ଷକ ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ,କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମାର ବେହେରା, ଡେପୁଟି ରେଞ୍ଜର ଶ୍ରୀ ଅନିଲ କୁମାର ପଣ୍ଡା,ବନରକ୍ଷୀ ତଥା ସଭ୍ୟ ସମ୍ପାଦିକା ଶ୍ରୀମତୀ କିରଣ ଶୋଭା, ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ନାୟକ ଏବଂ କ୍ଷେତ୍ର ପରିଚଲାନା ସଂଯୋଜକ ଶ୍ରୀ ସନ୍ତୋଷ କୁମାର ଡାକୁଆ ଓ ସହଯୋଗୀ ସ୍ବେଛାସେବୀ ଅନୁଷ୍ଠାନ ର ଏକତା ସାହୁ ଙ୍କ ସମେତ ବନସୁରକ୍ଷା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ. ଗ୍ରାମ ପରିଭ୍ରମଣ କରି ବୈଠକ ପ୍ରାରଭ କରାଯାଇଥିଲା. ମଞ୍ଚାସୀନ ସମସ୍ତ ଅତିଥିଗଣ ଜଙ୍ଗଲ ର ଉପକାରିତା, ଅପକାରିତା ତଥା ଜଙ୍ଗଳନିଆ ହୁଅନାହି ଛାନିଆ ରେ ଅଭିଷିକ୍ତ ହୋଇ ଚଳିତ ବର୍ଷ କିପରି ଜଙ୍ଗଲ କୁ ଜଙ୍ଗଲ ନିଆଁ ମୁକ୍ତ କରିବା ପାଇଁ ଶପଥ ପାଠ କରାଜାଇଥିଲା କାର୍ଯ୍ୟକ୍ରମ ଶ୍ରୀ ଡାକୁଆ ପରିଚାଳନା ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାନେତ୍ରୀଙ୍କ ଅନୁମତିକ୍ରମେ ବୈଠକ ପରିସମାପ୍ତି କରାଗଲା.


