ଜଙ୍ଗଲ ବିଭାଗ ମୁଖ୍ୟ କଞ୍ଜରଭେରଟେରଙ୍କ ୪ ଦିନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବନ ବିଭାଗ ଦ୍ଵାରା କରାଯାଉଥିବା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ ବୌଦ୍ଧ ଓ ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ରେ କିଭଳି କରାଯାଇଛି ସେ ସଂପର୍କରେ ଅନୁଧ୍ୟାନ କରିବା ସହ କାର୍ଯ୍ୟକ୍ରମର ସମୀକ୍ଷା କରିବା ଲାଗି ବ୍ରହ୍ମପୁର ସ୍ଥିତ ରିଜିଓନାଲ ଚିଫ କନଜରଭେଟର ଅଫ ଫରେଷ୍ଟ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର (ଆଇଏଫଏସ)୪ ଦିନିଆ ଗସ୍ତରେ ଆସି ମଙ୍ଗଳବାର ଫୁଲବାଣୀ ଦେଇ ବୌଦ୍ଧ ଗ୍ରସ୍ତ କରିଛନ୍ତି । ଯିବା ବାଟରେ ଫୁଲବାଣୀ ଠାରେ ଫୁଲବାଣୀ ଓ ବୌଦ୍ଧ ଡିଏଫଓଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା କରିଥିଲେ । ମାଧପୁର ଓ ପୁରୁଣା କଟକ ବନବିଭାଗ ରେଞ୍ଜ ଅଧିନ କେତେକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦେଖିଥିଲେ । ସେହିପରି ବୁଧବାର ଚାରି ଛକ ଠାରେ ଥିବା କାଠ ଡିପୋ ଦେଖିବା ସହ ଡ଼ିଏମଙ୍କ ସହ ଆଲୋଚନା କରିବେ ଓ କେନ୍ଦୁପତ୍ର ବିକ୍ରି ନେଇ ମଧ୍ୟ ଆଲୋଚନା କରିବେ । ଗୁରୁବାର ଚାରି ଛକରୁ ଫୁଲବାଣୀ ଫେରିବା ବାଟରେ ସୁଡ୍ରୁକୁମ୍ପା ଓ ଫୁଲବାଣୀ ରେଞ୍ଜ ଅଧୀନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଲୋକଙ୍କ ସହ ଆଲୋଚନା କରିବେ । ଗୁରୁବାର ଫୁଲବାଣୀ ଠାରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ରାତ୍ରୀଯାପନ କରିବେ । ଶୁକ୍ରବାର ଫିରିଙ୍ଗିଆ, ଟିକାବାଲି, ଜି.ଉଦୟଗିରି ରେଞ୍ଜ ଅଧିନରେ କରାଯାଇଥିବା ନର୍ସରୀ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦେଖିବା ସହ ଆଲୋଚନା କରିବେ l ସେହିପରି ଜି.ଉଦୟଗିରି ରେଞ୍ଜ ଅଧିନରେ ବେଆଇନ ଭାବେ ବ୍ୟାପକ ଗଛ କଟା ହେଉଥିବାବେଳେ, ରେଞ୍ଜର ଓ ଫରେଷ୍ଟରଙ୍କ ଅବହେଳା ଓ ଦାୟୀତ୍ଵହୀନତା ଯୋଗୁ କଳିଙ୍ଗା ଘାଟିରେ ଚଳିତବର୍ଷ ଏକର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିଲା। ସେହିପରି ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିଲେ ମଧ୍ୟ ହାତୀ ପଲ ଘଉଡାଇବାରେ ବିଫଳ ନେଇ ଅଭିଯୋଗ ହୋଇଥିଲା।ସେ ନେଇ ମଧ୍ୟ ତଦନ୍ତ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ