ଜଙ୍ଗଲ ବିଶ୍ରାମ ଗୃହରେ ଜୀବନ ବିତାଉଛି ନାରୀ

ଚିକିଟି,(ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ.ନୂଆଗାଁ ଥାନା ଅନ୍ତର୍ଗତ ରତ୍ନେଶ୍ୱରୀ ମନ୍ଦିର ଆଗରେ ଜଙ୍ଗଲ ବିଶ୍ରାମ ଗୃହରେ ଜୀବନ ବିତାଉଛି ନାରୀ ଥିବା ଏହି ବିଶ୍ରାମଗାରରେ ଅସହାୟ ଅବସ୍ଥାରେ ଆଜକୁ ପ୍ରାୟ ବର୍ଷେ ହେବ ଏକ ପାଗେଳି ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି । ସେ ବେଳେବେଳେ ରାତିର ମଧ୍ୟ ପ୍ରହରରେ ରାସ୍ତା ମଝିରେ ବାଡ଼ିଟିଏ ଧରି ଠିଆ ହେଉଥିବାରୁ ଲୋକମାନେ ଭୁତ ଭାବି ଡରି ପଳାନ୍ତି । ସ୍ଥାନୀୟଲୋକଙ୍କ ମତନୁସାରେ , ଏହି ପଗେଳିଙ୍କ ନାମ କନକ ପାଣିଗ୍ରାହୀ , ସେ ଜଣେ ଶିକ୍ଷିତ ଏବଂ ସେ ପୂର୍ବେ ଗିରିସୋଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଥିଲେ । ସେ ବିଗତ ତିନି ବର୍ଷ ତଳେ ନିଜର ଦୁଇ ସନ୍ତାନକୁ ନେଇ ଚିକିଟି ପେଣ୍ଠ ଅଞ୍ଚଳର ଏନଏସି ବଜାର ଗୃହରେ ବସବାସ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସାହାର୍ଯ୍ୟରେ ଚଳୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଦୁଇ ଛୁଆଙ୍କୁ ନେଇ ଚାଲିଯିବାପରେ କନକଙ୍କୁ ଦେଖାଶୁଣା କରିବାକୁ କେହି ନଥିବାରୁ ତାଙ୍କର ଉତ୍ପାତ ଦିନକୁ ଦିନ ବୃଦ୍ଧି ହେବାଫଳରେ ସ୍ଥାନୀୟ ଲୋକେ ତାଙ୍କୁ ସେ ଅଞ୍ଚଳରୁ ଘଉଡାଇ ଦେଇଥିଲେ । ସେହିଦିନଠାରୁ ସେ ରତ୍ନେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ବାସଗୃହରେ ପଡିରହିଛନ୍ତି ଯାହାକି ଜନଶୁନ୍ୟ ଓ ହିଂସ୍ରଜନ୍ତୁଙ୍କ ଗୋଚର ସ୍ଥାନ ଅଟେ । ଏପରି ଏକ ବିପଦପୁର୍ଣ୍ଣ ଅଞ୍ଚଳରେ ଜଣେ ମହିଳା ଅସୁରକ୍ଷିତ ଅଟନ୍ତି । ପାଗେଳି କନକ ଲତା ର ଦୁଇ ଗୋଡ଼ରେ ଗଭୀର କ୍ଷତ ବଢ଼ିବାରେ ଲାଗିଛି। ପ୍ରଶାସନ ତରଫରୁ ଚିକିତ୍ସା କରାଗଲେ ତାର ଶାରୀରିକ ଓ ମାନସିକ ଭାରସାମ୍ୟ ଫେରି ପାଇବା ସହ ତାଙ୍କ ପରିବାର ଖୁସି ରେ ଜୀବନ ଅତିଵାହିତ କରି ପାରିଥାନ୍ତେ । ସୁଚନାଯୋଗ୍ୟ, ବହୁବାର ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ହେଲେ ମଧ୍ୟ ଏହାର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ । ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ