ଜଙ୍ଗଲ ମଝିରେ ପାଠାଗାର
ଜଙ୍ଗଲ ମଝିରେ ପାଠାଗାର କରି କେରଳର ଆଦିବାସୀ ଅଧ୍ୟୁଷିତ ଏଡମଲକୁଡ୍ଡି ଗ୍ରାମର ଲୋକମାନେ ଉଦାହରଣ ସୃଷ୍ଟି କରିଛନ୍ତି । ଚାରିପାଖରେ ଜଙ୍ଗଲ ଥିବା ବେଳେ ଏଇ ଗ୍ରାମକୁ ବିଦ୍ୟୁତ ସୁବିଧା ନାହିଁ କିମ୍ବା ଗ୍ରାମର କୌଣସି ଲୋକ ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରୁନାହାନ୍ତି । ଏସବୁ ଭିତରେ ସେମାନଙ୍କ ମନୋରଞ୍ଜନର ମୁଖ୍ୟ ଉପାୟ ହେଉଛି ଗାଁ ପାଖ ଜଙ୍ଗଲରେ ଥିବା ପାଠାଗାର । ଗାଁର ସମସ୍ତ ବର୍ଗର ଲୋକ ଦୈନିକ ଏଇ ପାଠାଗାରରେ ଭିଡ଼ ଜମାଇଥାନ୍ତି । ବିଭିନ୍ନ ପ୍ରକାରର ପୁସ୍ତକ ସହ ଖବରକାଗଜ ମଧ୍ୟ ଏଠାକୁ ଆସେ । ଅବଶ୍ୟ ଯୋଗାଯୋଗ ସୁବିଧା ନଥିବାରୁ ଖବରକାଗଜ ଗୋଟିଏ ଦିନ ବିଳମ୍ବରେ ସେଠାରେ ପହଞ୍ଚିଥାଏ । କେତେକ ଦିନର ଖବରକାଗଜ ୨-୩ ଦିନ ବିଳମ୍ବରେ ମଧ୍ୟ ପହଞ୍ଚୁଥିବାର ସ୍ଥାନୀୟ ଲୋକ କହିଛନ୍ତି । ପାଠାଗାରକୁ ନିର୍ମାଣ କରିଛନ୍ତି ଜନୈକ ଚା ବିକାଳି ପିବି ଛିନ୍ନାଥମ ଓ ଅନ୍ୟ ଜଣେ ଶିକ୍ଷକ ପି.କେ.ମୂରଲୀଧରନ । ଜଙ୍ଗଲ ମଝିରେ ନିର୍ମିତ ହୋଇଥିବା ଏଇ ପାଠାଗାରରେ ଦୈନିକ ୭୦-୮୦ ଜଣ ପାଠକ ଆସୁଥିବାର ଜଣାପଡ଼ିଛି । ପାଖାପାଖି ଗ୍ରାମର କିଛି ଲୋକ ଛିନ୍ନାଥମୀ ଓ ମୂରଲୀଧରନ୍ ଏକ ପଦକ୍ଷେପ ପ୍ରଶଂସା କରିଛନ୍ତି ।