ଜଙ୍ଗଲ ମଧ୍ୟରେ ମୃଦୁ ପାନୀୟ କମ୍ପାନୀରୁ ନାବାଳକ କର୍ମଚାରୀ ଉଦ୍ଧାର
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଆଜି ଚାଇଲଡ ଲାଇନ ପକ୍ଷ ରୁ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଚୌଦ୍ୱାର ଥାନା ଅନ୍ତର୍ଗତ କୋଚିଲା ନୂଆଗାଁ ର ଜଙ୍ଗଲ ମଧ୍ୟରେ ଏକ ମାକ୍ସ ଜିରା ନାମକ ଏକ ମୃଦୁପାନୀୟ କମ୍ପାନୀ ରୁ ୬ଜଣ ନା ବାଳକ ଙ୍କୁ ଉଦ୍ଧାର କରାଯାଇଅଛି ।। ମାଲିକଙ୍କ ନାମ ପୁଷ୍ପାଙ୍ଗିନୀ ମହାନ୍ତି । କମ୍ପାନୀ ରେ ଅଧିକାଂଶ ନାବାଳକ କାର୍ଯ୍ୟରତ ଖବର ପାଇ ବାଲ୍ୟବିବାହ ଟାଙ୍ଗୀ ଚୌଦ୍ୱାର ବ୍ଲକ ଟାକ୍ସ ଫୋର୍ସ କମିଟି ର ସଦସ୍ୟ ଶ୍ରୀଯୁକ୍ତ ନରୋତ୍ତମ ଦାସ ଓ ଚୌଦ୍ୱାର ଥାନା କର୍ମଚାରୀ ଙ୍କ ସହଯୋଗ ରେ ଆଜି ଅପରାହ୍ନ ସମୟ ରେ କମ୍ପାନୀ ଉପରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ କରାଯିବ ସମୟରେ ଦେଖିବାକୁ ମିଳିଥିଲା ୬ ଜଣ ନାବାଳକ ଥିଲେ ଓ ୩ ଜଣ ସାବାଳକ ଥିଲେ l ନାବାଳକ ଙ୍କୁ ଉଦ୍ଧାର କରାଯାଇ ଚୌଦ୍ୱାର ଥାନା କୁ ଅଣାଯାଇଥିଲା କୋଭିଡି ଟେଷ୍ଟ ନେଗେଟିଭ ବାହାରିଲା ପରେ ସମସ୍ତ ଉଦ୍ଧାର ହୋଇଥିବା ନାବାଳକ ଙ୍କୁ ଚାଇଲଡ ଲାଇନ ଙ୍କୁ ହସ୍ତାନ୍ତର କରାଗଲା । ପରେ କଟକ ଜିଲ୍ଲା ଶିଶୁ ମଙ୍ଗଳ ସୁରକ୍ଷା କମିଟି ଙ୍କ ଆଗରେ ଉପସ୍ଥିତ କମ୍ପାନୀ ଓ ନାବାଳକ ଶିଶୁ ଉପସ୍ଥିତ ହେବେ । ଶିଶୁ ମାନଙ୍କ ସୁରକ୍ଷା ପାଈଁ ଶିଶୁ ମଙ୍ଗଳ କମିଟି ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ l ଏହି ଉଦ୍ଧାର କାର୍ଯ୍ୟ ରେ ଚୌଦ୍ୱାର ଥାନା ର କର୍ମଚାରୀ, ସମାଜସେବୀ କିରଣ ବାଳା ନାୟକ, ସରୋଜ ସାହୁ, ସୋମ୍ୟ ରଂଜନ ଅମାତ ପ୍ରମୁଖ ସହଯୋଗ କରିଥିଲେ ।


