ଜଙ୍ଗଲ ରାସ୍ତାରେ ୧୮ କିମି ଚାଲିଲେ ପୋଲିଂ ଟିମ୍
ଥିରୁଅନନ୍ତପୁରମ୍(ଏଜେନ୍ସି): କେବଳ ଦାୟିତ୍ୱ ବା କର୍ତ୍ତବ୍ୟ ଦୃଷ୍ଟିକୋଣରୁ ନୁହେଁ ବରଂ ମାନବିକତା ତଥା ଦେଶର ସଚେତନ ନାଗରିକ ଭାବେ କିଛି କରିଦେଖାଇଛନ୍ତି କେରଳର ଏକ ପୋଲିଂ ଦଳ । ଦୁର୍ଗମ ପାହାଡ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଦେଶର ସର୍ବବୃହତ୍ ଗଣତନ୍ତ୍ରର ପର୍ବରେ ସାମିଲ କରାଇବା ବା ସେମାନଙ୍କୁ ଭୋଟିଂ ବ୍ୟବସ୍ଥାରେ ସାମିଲ କରାଇବା ଲକ୍ଷ୍ୟରେ ଏହି ପୋଲିଂ ଦଳ ନିଜ ଜୀବନକୁ ବିପଦରେ ପକାଇ ଜଙ୍ଗଲ ରାସ୍ତାରେ ୧୮କିମି ପର୍ଯ୍ୟନ୍ତ ଚାଲିଚାଲି ଯାଇଛନ୍ତି । ଜଙ୍ଗଲ ଅଧିବାସୀଙ୍କ ପାଖରେ ପହଞ୍ôଚ ସେମାନଙ୍କୁ ଭୋଟ୍ ପ୍ରକ୍ରିୟାରେ ସାମିଲ କରିଛନ୍ତି । ପ୍ରାପ୍ତ ସୂଚନାନୁସାରେ ମୁନ୍ନାର ଜଙ୍ଗଲ ଡିଭିଜନ୍ ଅନ୍ତର୍ଗତ ଏଡାମାଲ୍ଲାକୁଡି ନାମକ ଏକ ପଞ୍ଚାୟତରେ ୩ଟି ପୋଲିଂ ବୁଥ୍ ସ୍ଥାପନ ପାଇଁ ୭ଠ ଜଣିଆ ଟିମ୍ ପହଞ୍ôଚଥିଲେ । ସେମାନେ ଭୋର ସମୟରୁ ଯାତ୍ରା ଅ ।ରମ୍ଭ କରି ମୁଖ୍ୟ ପୋଲିଂ ଷ୍ଟେସନ୍ ସୋଶାଇଟିକୁଡଠାରେ ଅପରାହ୍ଣରେ ପହଞ୍ôଚଥିଲେ । ଏହି ଦୁର୍ଗମ ଅଞ୍ଚଳକୁ ଗାଡିମଟର ଯାତାୟତ ସମ୍ଭବ ନଥିବାରୁ ସେମାନଙ୍କୁ ଚାଲି ଚାଲି ଯିବାକୁ ପଡିଥିଲା । ଇଭିଏମ୍ ମେସିନ, ଭିଭିପାଟ୍ ଆଦି ଧରି ସେମାନେ ଏହିସବୁ ଅଞ୍ଚଳରେ ପହଞ୍ôଚ ଭୋଟ୍ କରାଇଥିଲେ ।
ଜଣେ ବରିଷ୍ଠ ପୋଲିଂ ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବ ତୁଳନାରେ କେରଳର ଏହି ଏକମାତ୍ର ଆଦିବାସୀ ପଞ୍ଚାୟତର ଅଧିକ ଲୋକ ଭୋଟ୍ ଦେବା ପାଇଁ ଆଗ୍ରହ ଦେଖାଇଥିଲେ । ଯଦିଓ ପୋଲିଂ ଟିମ୍କୁ ଗତ ଅଗଷ୍ଟ ମାସର ବନ୍ୟାରେ ଧୋଇଯାଇଥିବା ରାସ୍ତାରେ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡ଼ିଲା, ସେମାନେ କିନ୍ତୁ ଏହି ବିରଳ ଅନୁଭୂତି ହାସଲ କରିବାରେ ସଫଳ ହୋଇଛନ୍ତି । ସେମାନେ ସେଠାରେ ପହଞ୍ôଚବା ପରେ ସ୍ଥାନୀୟ ଲୋକମାନଙ୍କୁ ଭୋଟ୍ କେମିତି ଦିଆଯାଏ ସେସମ୍ପର୍କରେ ଟ୍ରେନିଂ ଦେଇଥିଲେ । ଏହି ପଞ୍ଚାୟତର ୩ଟି ବୁଥ୍ ସୋଶାଇଟିକୁଡି, ପାରାପ୍ପାୟାକୁଡି ଏବଂ ମୂଲାକୁଥାରାକୁଡିରେ ଏସବୁ କରାଯାଇଥିଲା । ପୂର୍ବରୁ ଏହି ଜଙ୍ଗଲ ଅଧ୍ୟୁଷିତ ଆଦିବାସୀ ରାଜନୀତି କ’ଣ ଜାଣିନଥିଲେ, ସେଥିପାଇଁ ସେମାନେ ଭୋଟ୍ ଦେଉନଥିଲେ । କିନ୍ତୁ ଏବେ ୟୁଡିଏଫ୍, ଏଲଡିଏଫ୍ ଏବଂ ଏନ୍ଡିଏ ଭଳି ରାଜନୈତିକ ଦଳ ଏହି ପଞ୍ଚାୟତରେ ପହଞ୍ôଚବା ସହ ନିଜ ନିଜର ଭୋଟ୍ ବ୍ୟାଙ୍କ ତିଆରି କରିଛନ୍ତି । ସୁତରାଂ ଏଠାକାର ବାସିନ୍ଦା ଏବେ ଭୋଟ୍ ଦେବାକୁ ଆଗ୍ରହୀ ହୋଇପଡିଥିଲେ । ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଭୋଟ୍ ଦାନ ବ୍ୟବସ୍ଥା କରାଯାଇଥିଲା ।