ଜଙ୍ଗଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମ୍ପାଗୁଡା ପାହାଡ଼ରୁ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଜଣା ପଡିନି ଘଟଣା ରୁ ପ୍ରକାଶ କମ୍ପାଗୁଡା ଗ୍ରାମର ବିଜୟ କୁମାର ଦଳାଇ(୪୩)ଗତ କାଲି ଗଦାଇବାକୁ ଯାଇ ଫେରି ନଥିଲେ । ପରିବାର ଲୁକେ ବହୁ ଖୁଜା ଖୁଜି କରି ନିଜ ସମ୍ପର୍କୟଙ୍କୁ ବୁଝାସୁଝା ପରେ କୋଣସି ଖବର ନ ପାଇ ଆଜି ବିଜୟଙ୍କ ପୁତୁରା ଅନିଲିଦଳାଇ ମୋହନା ଥାନାରେ ଏକ ଅଭିଜଗ କରିଥିଲେ । ନିଜ ଦାଦା ନିଖଜ ନେଇ ଥାନା ଅଧିକାରୀ ସୁଜିତ କୁମାର ନାୟକ ଅଭିଜଗ ପଡିବା ପରେ ଏସଆଇ ପ୍ରଫୁଲଗୌଡ଼ଙ୍କୁ ତଦନ୍ତ ପାଇଁ ପଠାଇ ଥିଲେ ତାଙ୍କ ସହ ପୋଲିସ ଟିମି ପହଁଚି ବହୁ ଖୁଜା ଖୁଜି ପରେ କମ୍ପାଗୁଡା ନିକଟସ୍ଥ ପାହାଡ଼ ରୁ ବେକରେ ଚାଦର ଲଗାଇ ଝୁଲନ୍ତା ଅବସ୍ଥାରେ ବିଜୟଙ୍କ ମୂର୍ତ ଦେହକୁ ଉଦ୍ଧାର କରିଛି । ପୋଲିସ ଶବ ଜବତକରି ବ୍ରହ୍ମପୁର ମେଡିକାଲକୁ ବେବଛେଦ ପାଇଁ ପଠାଇ ଏକ ଅପମୃତ ମାମଲାକେଶ ନଂ୩/୨୧ରୁଜୁ କେରି ତଦନ୍ତ ଜାରି ରଖିଛି । ଏହା ଅପମୃତ ନା କଳ ରୁ ମୃତ ଘଟିଛି ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି


