ଜଙ୍ଗଲ ରୁ ଯୁବକ ର ଗଳିତ ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ):ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ସାହାଜଖୋଲ ଜଙ୍ଗଲ କୁଟୁରୁ ଗ୍ରାମ ର ଜଣେ ଯୁବକ ର ଗଳିତ ଶବ କୁ ଆମପାଣି ପୋଲିସ ସୋମବାର କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ପରିବାର ଙ୍କୁ ହସ୍ତାନ୍ତର କରିଛି ମୃତ ଯୁବକ ଜଣକ କୁଟୁରୁ ଗ୍ରାମର ସାମ ମାଝୀ ୪୫ ବୋଳି ଜଣାପଡିଛି ତେବେ ସେ ଗତ ୮ ଦିନ ହେବ ଘରୁ ବାହାରି ଆଉ ଫେରି ନ ଥିଲେ ପରିବାର ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ କି ନିଖୋଜ ଥିବା ନେଇ ଥାନା ରେ ମଧ୍ୟ ଅଭିଯୋଗ କରିନାହାନ୍ତି ଆଜି ଜଙ୍ଗଲ କୁ ଯାଇଥିବା କିଛି ଲୋକ ଉତ୍କଟ ଦୁର୍ଗନ୍ଧ ହେଉଥିବା ପରେ ମୃତ ଶବ କୁ ଠାବ କରି ପୋଲିସ କୁ ଖବର ଦେଇଥିଲେ ଆମପାଣି ପୋଲିସ ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ପହଞ୍ଚି ସ୍ଥାନୀୟ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ତଦନ୍ତ କରିଛନ୍ତି ଗଛ ରେ ଗାମୁଛା ରହିଥିବା ଯୋଗୁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛନ୍ତି ଗ୍ରାମବାସୀ ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି