ଜଙ୍ଗଲ ର ନିଆଁ ନିରାକରଣ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବାଲିଗୁଡା ବନ ବିଭାଗ, ବାଲିଗୁଡ଼ା ଡିଏଫ୍ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ବନଖଣ୍ଡର ବନାଞ୍ଚଳ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି, ବନପାଳ ପ୍ରଭାତ କୁମାର ଦୋରା, ବନରକ୍ଷୀ ସତ୍ୟ ନାରାୟଣ ମହାନ୍ତି,ଓ ପାର୍ବତୀ ମଲିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଡ଼ିମlହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦେକେତା ରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ରୁ ନିବୃତ ରହିବା, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟ ରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆଡ଼ିମlହା ସରପଞ୍ଚ ଶାନ୍ତି ମଲିକ ଯୋଗଦେଇ ଥିଲେ l ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମ ରେ ଫାୟାର ସ୍କାର୍ଡ ଟିମ ସହଯୋଗ କରିଥିଲେ l ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମରେ ବୃକ୍ଷ ଜଙ୍ଗଲ ନିଆଁ ପୋଡୁଚାଷ ବନ୍ୟପ୍ରାଣୀ ସୁରକ୍ଷା ଭଳି ବିଭିନ୍ନ ସଚେତନତା ସୃଷ୍ଟି କରିଥିଲେ l ବାଦ୍ୟ ଯନ୍ତ୍ର ରେ ବିଜୟ ଆମୟତ ପୁରସ୍ତମ ନାୟକ ଓ ସଙ୍ଗୀତ ରେ ଅଶୋକ ଦଣ୍ଡସେନା ପରିଚାଳନା କରିଥିବା ବେଳେ ବିଭିନ୍ନ ଭୂମିକାରେ ବୁନା, ଗାୟତ୍ରୀ, ବିକାଶ ଅକ୍ଷୟ, ପ୍ରମୁଖ ଅଭିନୟ କରିଥିଲେ l ଅନୁଷ୍ଠାନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ