ଜଡାବାଙ୍କର ଜାମବଣୀ ହାଟରେ ଖୁଲାମଖୁଲା ଚାଲିଛି ଜୁଆଖେଳ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ସୀମାନ୍ତ ଜଡାବାଙ୍କ ନିକଟସ୍ଥ ଜାମବଣୀ ହାଟରେ ଖୁଲାମଖୁଲା ଚାଲିଛି ଜୁଆଖେଳ । ଜୁଆଖେଳ ଲୋଭରେ ଏ ଅଞ୍ଚଳର ଯୁବ ପିଢ଼ୀ ବିପଥଗାମି ହେବା ସହିତ ସର୍ବସ୍ୱାନ୍ତ ହୋଇପଡୁଛନ୍ତି । ଏ ହାଟଟି କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇ ଥିବାରୁ ଏଠାକୁ ପୁଲିସ ଆସିବାର ଭୟ ନଥାଏ । ତେଣୁ ଭଦ୍ରକ, ବାଳେଶ୍ୱର ଓ କେନ୍ଦୁଝର ଜିଲ୍ଲାର ଜୁଆ ;ଖୋଳିମାନେ ସେମାନଙ୍କ ବେପାର ଯୋରଦାରରେ ଚଲାଇବାରେ ସକ୍ଷମ ହୋଇଛନ୍ତି । ଏପରିକି ଆଖ ପାଖ ଗ୍ରାମର ଅନେକ ଯୁବକ ମାନେ ମଙ୍ଗଳବାର ଓ ଶୁକ୍ରବାର ଚାଲିଥିବା ଏହି ହାଟକୁ ଆସି ନିୟମିତ ଜୁଆ ଖେଳିବା ସହିତ ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ଘଟି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଥିବା ମଧ୍ୟ ଜଣାଯାଇଛି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।


