ଜଣେ ଅତିରିକ୍ତ ତହସିଲଦାରଙ୍କ ଦ୍ବାରା ଚାଲିଛି ଦୁଇଟି କାର୍ଯ୍ୟାଳୟ
ବଡ଼ସାହି, (ନିରଞ୍ଜନ ମହାନ୍ତ): ଅଫିସର ନାହାନ୍ତି କେମିତି ଚାଲିଛି ବଡ଼ସାହିର ତହସିଲଦାରଙ୍କ ଅଫିସ ଏବଂ ସବରେଜିଷ୍ଟାର ଅଫିସ, ଯେଉଁ ଲୋକ ମାନେ ଜମି ବାଡ଼ି ସଂକ୍ରାନ୍ତୀୟ ବା ସାର୍ଟିଫିକେଟ ସମ୍ଭାଧିୟ କାମ ନେଇ ବଡ଼ସାହି ତହସିଲଦାର ଅଫିସକୁ ଆସୁଛନ୍ତି ସମସ୍ତଙ୍କ ମନରେ ଏହି କଥା ଆସୁଛି । ଏଠାରେ ଏକ ମାତ୍ର ଅତିରିକ୍ତ ତହସିଲଦାରଙ୍କୁ ନେଇ ଦୁଇ ଦୁଇଟି ଅଫିସ ତହସିଲ ଏବଂ ସବାରେଜିଷ୍ଟାର କାର୍ଯ୍ୟାଳୟ ଚାଲିଛି। ଗତ ମାସରେ ତହସିଲଦାର ପତିତପାବନ ଦେବତା ଚାକିରିରୁ ଅବସର ନେବା ପରେ ଖାଲିପଡ଼ିଛି ଉକ୍ତ ପଦବୀ। ସେ ତହସିଲ ଏବଂ ସବାରେଜିଷ୍ଟାର୍ ଭାବେ ଦୁଇଟି ଅଫିସର କାର୍ଯ୍ୟ ତୁଲାଉ ଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଏକ ମାସ ହେବାକୁ ବସିଲାଣି ଏଯାଏଁ ସରକାରଙ୍କ ତରଫରୁ କୌଣସି ତହସିଲଦାର କି ସବରେଜିଷ୍ଟାର୍ ନିଯୁକ୍ତି ନ ଦେବା ନେଇ ଅଞ୍ଚଳ ବାସୀଙ୍କୁ ଚିନ୍ତାର ବିଷୟ ହୋଇଛି । କାରଣ ଶିକ୍ଷା ବର୍ଷର ଶେଷ ମାସ ମାର୍ଚ୍ଚ ମାସ ଏହି ସମୟ ପରେ ଏବେ ପିଲା ମାନେ ନୂତନ ଶିକ୍ଷା ବର୍ଷରେ ପ୍ରବେଶ ପାଇ ତହସିଲଦାର ଅଫିସରୁ ଜାତି ସାର୍ଟିଫିକେଟ ବାସିନ୍ଦା ସାର୍ଟିଫିକେଟ ଏବଂ ରୋଜଗାର ସାର୍ଟିଫିକେଟ ନେବାକୁ ଆସିବେ । ପୁନଃଶ୍ଚ ରାଜସ୍ବ ଆଦାୟର ଶେଷ ମାସ ମୂରବୀ ନ ଥିଲେ ଘରର ଅବସ୍ଥା ଯାହା । ପୁଣି ସବରେଜିଷ୍ଟର ଅଫିସରେ ଜମିବାଡ଼ି ରେଜିଷ୍ଟ୍ରେସନ ପାଇଁ ନିହାତି ଅଫିସର ଜଣେ ଆବଶ୍ୟକ । ଜଣେ ଅତିରିକ୍ତ ତହସିଲଦାରରେ କିପରି ଅଫିସ କାର୍ଯ୍ୟ ଚାଲୁଥିବ ଏଥିରୁ ଅନୁମେୟ । ତେଣୁ ସର୍ବସାଧାରଣ ସରକାର ତୁରନ୍ତ ଉକ୍ତ ପଦବୀ ପୁରାଣ କରିବାକୁ ସାଧାରଣ ଜନତା ଅନୁରୋଧ କରିଛନ୍ତି