ଜଣେ ଅଭିନେତ୍ରୀଙ୍କ ଭାଇଙ୍କୁ ଡେଟ୍ କରୁଛନ୍ତି ତାରା
କରଣ ଜାହରଙ୍କ ଫିଲ୍ମ “ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତାରା ସୁତାରିୟା । ପ୍ରଥମ ଫିଲ୍ମରୁ ହିଁ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ । ସେ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚିତ ତାଙ୍କ ଲଭ୍ ଆଫେୟାରକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ । ପ୍ରଥମେ ସେ ସିଦ୍ଧାର୍ଥ ମଲହାତ୍ରାଙ୍କୁ ଡେଟ୍ କରୁଥିବା କାରଣରୁ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ପରେ ସିଦ୍ଧାର୍ଥଙ୍କ ସହ ତାଙ୍କର ବ୍ରେକ୍ଅପ ହୋଇଗଲା । ଆଉ ଏବେ ସେ ଅଭିନେତ୍ରୀ କରୀନା କପୁରଙ୍କ ଭାଇ ଆଦର ଜୈନ୍ଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି ।ଆଦର ହେଉଛନ୍ତି କରୀନାଙ୍କ ପିଉସୀ ରୀମା ଜୈନ୍ଙ୍କ ପୁଅ । କୁହାଯାଉଛି, ଆଦର ଓ ତାରା ପରସ୍ପରକୁ ଡେଟ୍ କରୁଛନ୍ତି । ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମଧ୍ୟ ମିଳୁଛି । ଦୁହେଁ ପରସ୍ପର ସହ ଖୁବ୍ ସମୟ ବିତାଉଛନ୍ତି । ଅନ୍ୟପକ୍ଷରେ ତାରା ଖୋଲାଖୋଲି ଭାବେ ଏ କଥା ପ୍ରକାଶ କରି ନାହାନ୍ତି । ଅବଶ୍ୟ ଆଦର ତାଙ୍କ ପାଇଁ ବହୁତ ସ୍ପେଶାଲ୍ ବାଲି କହିଛନ୍ତି । ତା’ ସହିତ ସେ କହିଛନ୍ତି ଯେ ସେମାନେ ଦୁହେଁ ଏକାଠି ସମୟ ବିତାନ୍ତି । ଡିନର୍ ଓ ଲଞ୍ଚରେ ଯା’ନ୍ତି । ତା’ସହିତ ବିଭିନ୍ନ ଜାଗାକୁ ଏକାଠି ବୁଲିବାକୁ ମଧ୍ୟ ଯା’ନ୍ତି ।ତାରାଙ୍କର ଏଭଳି ବୟାନରୁ ଜଣାପଡ଼ୁଛି ଯେ ଚର୍ଚ୍ଚା ହେଉଥିବା ଖବରରେ ବହୁତ କିଛି ସତ୍ୟତା ରହିଛି । ବୋଧହୁଏ ସେମାନେ ନିଜ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଆହୁରି କିଛି ସମୟ ପରସ୍ପର ସହିତ ବିତାଇବାକୁ ଓ ପରସ୍ପରକୁ ବୁଝିବାକୁ ଚେଷ୍ଟା କରୁଛନ୍ତି ।ସୂଚନା ଅନୁଯାୟୀ, ତାରା ଓ ଆଦରଙ୍କ ମଧ୍ୟରେ ପ୍ରଥମ ଦେଖା ଜଣେ କମନ୍ ଫ୍ରେଣ୍ଡଙ୍କ ପାର୍ଟିରେ ହୋଇଥିଲା । ସେଠି ତାରା ପ୍ରଥମେ ଆଦରଙ୍କୁ ବନ୍ଧୁତାର ହାତ ବଢ଼ାଇଥିଲେ । ଏହା ପରଠୁ ଦୁହିଁଙ୍କ ମଧ୍ୟରେ ଆଫେୟାର ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । ନିକଟରେ ଦୁହେଁ ଅମିତାଭ ବଚ୍ଚନଙ୍କ ଘରେ ହୋଇଥିବା ଦୀପାବଳି ପାର୍ଟିରେ ଏକାଠି ପହଞ୍ଚିଥିଲେ ।ସୂଚନାଯୋଗ୍ୟ, ତାରା ପ୍ରଥମେ ଡିଜ୍ନିର ଶୋ’ “ସ୍ୱିଟ୍ ଲାଇଫ୍ ଅଫ୍ କରଣ ଆଣ୍ଡ କବୀର୍’ରୁ ଆକ୍ଟିଂ ଡେବ୍ୟୁ କରିଥିଲେ । ଏହାପରେ କରଣ ତାଙ୍କୁ ନିଜ ଫିଲ୍ମ “ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ରେ ଲିଡ୍ ରୋଲର ସୁଯୋଗ ଦେଇଥିଲେ । ଖୁବ୍ଶୀଘ୍ର ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ “ମରଜାୱାଁ’ରେ ନଜର ଆସିବେ ।


