ଜଣେ କୋଭିଡ଼ ଯୋଦ୍ଧା ସମେତ ଜିଲାରେ ୨୭ ପଜିଟିଭ ଚିହ୍ନଟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରୁ ପୁଣି ୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୨୩୨୮ରେ ପହଞ୍ଚିଛି। ଏହି ଚିହ୍ନଟଙ୍କ ମଧ୍ୟରେ ୧୪ଜଣ ପୁରୁଷ ଓ ୧୩ଜଣ ମହିଳା ଅଛନ୍ତି। ସଂକ୍ରମିତଙ୍କ ବୟସ ୨୦ ବର୍ଷରୁ ରୁ ୬୫ ବର୍ଷ ମଧ୍ୟରେ ରହିଛି। ଏହି ସଂକ୍ରମିତ ମଧ୍ୟରୁ ଫୁଲବାଣୀରୁ ୧୧ଜଣ ହୋଇଥିବା ବେଳେ ବାଲିଗୁଡ଼ାରୁ ୩ଜଣ, ଘୂ, ଉଦୟଗିରିରୁ ୨ଜଣ, ଫିରିଙ୍ଗିଆରୁ ୩ଜଣ, ରାଇକିଆରୁ ୫ଜଣ, ଟିକାବାଲିରୁ ୨ଜଣ, କୋଟଗଡ଼ରୁ ଜଣେ ହୋଇଥିବା ଜଣାପଡ଼ିଛି। ଅନ୍ୟ ଅଞ୍ଚଳରୁ ଦୁଇ ଜଣ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଆଜି ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତଙ୍କ ଦ୍ୱାରା କ୍ଲୋଜ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଜିଲାରେ ଚିହ୍ନଟ ୨୩୨୮ଜଣଙ୍କ ମଧ୍ୟରୁ ୨୦୫୪ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ୧୨ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଯାଇଛି। ବଳକା ୨୬୨ଜଣ ବର୍ତମାନ ଚିକିତ୍ସିତ ହେଉଥିବା ବେଳେ ୧୦ଜଣଙ୍କୁ ଭୁବନେଶ୍ୱର କିମସ୍‍ କୋଭିଡ଼-୧୯ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅପରପକ୍ଷରେ, ଗତ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କରୋନା ଯୋଦ୍ଧା ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍‍ ସୁସ୍ଥ ହୋଇ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଥାନା ପକ୍ଷରୁ ଦାୟିତ୍ୱରେ ଥିବା ଥାନା ଅଧିକାରୀ ଅଲେଖ ଗରଡ଼ିଆ, ଏସ୍‍.ଆଇ ଜୟନ୍ତ କୁମାର ସେଠୀ, ଭକ୍ତ ଚରଣ ମୁଖୀଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ସ୍ୱାଗତ କରି ପାଛୋଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ