ଜଣେ ଝିଅ ପାଇଁ ଗୋଟିଏ ଟ୍ରେନ

ଆପଣ କେବେ ଶୁଣିଛନ୍ତି ବା କେବେ ଦେଖ୍ିଛନ୍ତି ଜଣେ ନିର୍ଦ୍ଦିଷ୍ଟ ଯାତ୍ରୀ ପାଇଁ ଗୋଟିଏ ଟ୍ରେନ ଚାଲିବାର । ସେ ଯାତ୍ରୀ ଜଣଙ୍କ ଛଡ଼ା ଆଉ କେହି ସେ ଟ୍ରେନରେ ଯାଉନଥିବେ । ହଁ, ଏମିତି ଏକ ଆଶ୍ଚର୍ଯ୍ୟକର ଖବର ଡେଲି ମେଲ ନ୍ୟୁଜରେ ପ୍ରକାଶ ପାଇଛି । ଏ କଥା ବିଶ୍ୱାସ ନ ହେଲେ ବି ସତ ।ଜାପାନର ହୋକ୍ଲାଇଡୋର ଥିବା କାମି ଶିରାଟାକି ଷ୍ଟେସନ । ଯେଉଁଠିକି ଦିନକୁ ଦୁଇଥର ଗୋଟେ ଟ୍ରେନ ଆସେ । ସକାଳେ ଓ ଅପରାହ୍ନରେ ଏବଂ ଗୋଟିଏ ଯାତ୍ରୀକୁ କେବଳ ସେହି ଷ୍ଟେସନରୁ ଉଠାଏ । ସେହି ଯାତ୍ରୀ ଜଣକ ହେଉଛି ଜଣେ ସ୍କୁଲରେ ପଢ଼ୁଥିବା ଝିଅ । ପ୍ରତିଦିନ ଏହି ଟ୍ରେନଟି ଠିକ ଝିଅଟିର ସ୍କୁଲ ଟାଇମ ଅନୁସାରେ ଯାଆଆସ କରେ । ସକାଳ ୭.୦୪ ରେ ଟ୍ରେନଟି ଷ୍ଟେସନକୁ ଆସେ । ଝିଅଟିକୁ ନେବା ପାଇଁ ଓ ପୁଣି ଅପରାହ୍ନ ୫.୦୮ରେ ଛାଡିବାକୁ ଆସେ । ସେ ଝିଅଟି ହିଁ କେବଳ ସେ ଟ୍ରେନଟି ବ୍ୟବହାର କରେ ।ଜାପାନର ହୋକ୍ଲାଇଡୋ ଷ୍ଟେସନଟି ବ୍ୟବହାରରେ ଆସୁନଥିବାରୁ ୨୦୧୨ରେ ସରକାର ଚାହିଁଥିଲେ ସେ ରୁଟରେ ଟ୍ରେନ ଚଳାଚଳକୁ ବନ୍ଦ କରିଦେବାକୁ । ହେଲେ ଯେତେବେଳେ ଜାଣିଲେ ସେହି ଷ୍ଟେସନରୁ ନିତି ଜଣେ ଝିଅ ଟ୍ରେନରେ ସ୍କୁଲ ଯାଉଛି, ପାଠପଢ଼ାରେ ବ୍ୟାହତ ହେବା ଜାଣି ଟ୍ରେନକୁ ବନ୍ଦ କଲେ ନାହିଁ । ଝିଅଟିର ଗ୍ରାଜୁଏସନ ଶେଷ ଯାଏ ଟ୍ରେନ ଚାଲିବ ବୋଲି ଅନୁମତି ଦେଲେ ସରକାର ଓ ଝିଅଟିର ପାଠପଢ଼ା ପରେ ସେହି ଟ୍ରେନଟିକୁ ବନ୍ଦ କରିଦିଆଯିବ ବୋଲି କୁହାଯାଇଛି । ଗତ ତିନି ବର୍ଷ ହେଲା ଏମିତି ଟ୍ରେନଟି ସେହି ଷ୍ଟେସନକୁ ଯାଆଆସ କରୁଛି । କେବଳ ସେ ଝିଅଟି ପାଇଁ । ଏଥିପାଇଁ ଜାପାନର ହୋକ୍ଲାଇଡୋ ରେଲେୱ କମ୍ପାନୀ ଓ ଜାପାନ ସରକାରଙ୍କୁ ଖୁବ ପ୍ରଶଂସା କରାଯାଇଛି । ଯେଉଁ ଦେଶରେ ପାଠପଢ଼ା ପାଇଁ ଏତେ ବଡ ପଦକ୍ଷେପ ଉଠାଉଛନ୍ତି ତେବେ ସେ ଦେଶ ଉନ୍ନତି ହେବ ହିଁ ହେବ । ଜାପାନ ସରକାରଙ୍କ ଏଭଳି ରାଜନୀତିର କାହାଣୀ ସମସ୍ତଙ୍କୁ ଚକିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ