ଜଣେ ନାବାଳିକାକୁ ଅପହରଣ ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଇଛାପୁରମ୍ ଅଞ୍ଚଳର ଜଣେ ନାବାଳିକାକୁ ଅପରହରଣ ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି । ଅପରହରଣକାରୀ ସତ୍ୟନାରାୟଣ ବେହେରାକୁ ଛତ୍ରପୁର ଥାନା ପୁଲିସ ଅଟକ ରଖିଛି । ଛତ୍ରପୁର ଥାନା ପୁଲିସ ସବୁ ତଥ୍ୟ ଓଗାଳିବା ପରେ ଇଛାପୁର ପୁଲିସକୁ ମାମଲା ସହ ଅପହରଣକାରୀ ଏବଂ ନାବାଳିକାକୁ ହସ୍ତାନ୍ତର କରିଛି । ସୂଚନାନୁସାରେ, ଆଜି ମଧ୍ୟାହ୍ନରେ ବିଶାଖା-ଏକ୍ସପ୍ରେସ୍ ଟ୍ରେନ୍ ଯେତେବେଲେ ଛତ୍ରପୁର ଷ୍ଟେସନରେ ପହଞ୍ଚିଥିଲା । ସେତେବେଳେ ନାବାଳିକା ଜଣକ ଟ୍ରେନ୍‌ରୁ ଓହ୍ଲାଇ କାନ୍ଦି କାନ୍ଦି ଯାଉଥିଲା । ଏହି ସମୟରେ ଇଛାପୁରମ୍ ଅଞ୍ଚଳର ସତ୍ୟନାରାୟଣ ତା’ପଛରେ ଗୋଡାଉଥିଲା । ଷ୍ଟେସନ ଠାରେ ଥିବା ସ୍ଥାନୀୟ ଲୋକେ ଏବଂ ଛତ୍ରପୁର ଏସ୍‌ଡିଜେଏମ୍ କୋର୍ଟ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର ଏଭଳି ଦୃଶ୍ୟକୁ ସନ୍ଦେହ ସୃଷ୍ଟି କରିଥିଲେ । ନାବାଳିକା ଜଣକୁ ଉଦ୍ଧାର କରିବା ସହ ସତ୍ୟନାରାୟଣକୁ କାବୁ କରି ପୁଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳେ ପୁଲିସ ପହଞ୍ଚି ନାବାଳିକା ସହ ସତ୍ୟନାରାୟଣକୁ ଥାନାକୁ ନେଇ ଯାଇଥିଲେ । ନବମ ଶ୍ରେଣୀର ନାବାଳିକା ଜଣକର ସ୍କୁଲ ନିକଟରେ ସତ୍ୟନାରାୟଣ ମାସ୍କ୍ ବିକ୍ରି କରୁଥିଲା । ହେଲେ ସତ୍ୟନାରାୟଣ ମାସ୍କ୍ ଜରିଆରେ ନିଶାଦ୍ରବ୍ୟ ସ୍ପ୍ରେ’ କରିଥିଲା । ଫଳରେ ଛାତ୍ରୀ ଜଣକ ଅଚେତ ହେବା ପରେ ତାକୁ ଅପହରଣ କରିଥିଲା । ଛତ୍ରପୁର ଥାନା ପୁଲିସ କହିବାନୁସାରେ, ଘଟଣା ସଂପର୍କରେ ଇଛାପୁର ଥାନା ପୁଲିସକୁ ଜଣାଇବା ସହ ନାବାଳିକା ଏବଂ ଅପହରଣକାରୀକୁ ହସ୍ତାନ୍ତର କରାଯାଇଛି । ଇଛାପୁରମ (ଟାଉନ) ପୁଲିସ ଘଟଣାର ଟିକିନିଖି ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବ ବୋଲି ହେଡ୍ କନ ଷ୍ଟେବଲ ଟି .ରାମା ରାଓ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ