ଜଣେ ଶିକ୍ଷକରେ ଚାଲିଛି ୮ଟି ଶ୍ରେଣୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ସ୍ଥାୟୀ ବିଇଓ ନଥିବାରୁ ସମଗ୍ର ବ୍ଲକ ଅଞ୍ଚଳରେ ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି । କେଉଁ ସ୍କୁଲ କେଉଁଦିନ ଖୋଲାଯାଉଛି ।କଉଁଦିନ ବନ୍ଦ ରହୁଛି ସେନେଇ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ପାଖରେ କୌଣସି ସୁଚନା ରହୁନଥିବାବେଳେ କେଉଁ ଶିକ୍ଷକ ସ୍କୁଲକୁ ଯାଉଛି ତ ଆଉ କିଏ ମାସ ମାସ ଧରି ସ୍କୁଲ ନଯାଇ ମଧ୍ୟ ନିୟମିତ ଦରମା ପାଉଛି ଏହାର କିଛି ହିସାବ ଅôଦକାରୀ ମାନଙ୍କ ପାଖରେ ନାହିଁ । ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବକୁ ଯିବାକୁ ଅଧିକାରୀ ମାନଙ୍କ ପଖେରେ ସମୟ ଥବବାବେଳେ ସ୍କୁଲ ସମସ୍ୟା ବୁଝିବାକୁ କୌଣସି ଅଧିକାରୀଙ୍କ ପାଖରେ ସମୟ ନଥିବା ନେଇ ଅଭିଯୋଗ ହୋଇଛି । ଏପରି ଏକ ଅଭିଯୋଗ ଆସିଛି ରାମହରି ୟୁପି ସ୍କୁଲ ନୁଆରଗୁଡିରୁ । ଏହି ବିଦ୍ୟାଳୟରେ ପ୍ରଥମର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ଏଠାରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଅଛନ୍ତି । କାଗଜ କଲମରେ ଦୁଇଜଣ ଶିକ୍ଷକ ନିଯୁକ୍ତି ତବବାବେଳେ ଜଣେ ଶିକ୍ଷକ ଆଜକୁ ମାସ ମାସ ଧରି ବିଦ୍ୟାଳୟକୁ ଆସୁନାହାନ୍ତି । ଫଳରେ ଏହି ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଜଣେ ମାତ୍ର ଶିକ୍ଷକ ସେ ୮ଟି ଶ୍ରେଣୀର ପିଲାଙ୍କୁ ପାଠପଢ଼ାଇବେ, ନା ମଧ୍ୟାହ୍ନ ଭୋଜନ କାର୍ଯ୍ୟ ତଦାରଖ କରିବେ ନା ଅଫିସ କାର୍ଯ୍ୟ ଦେଖିବେ । ଏପରି ଅବସ୍ଥାରେ ବିଦ୍ୟାଳୟରେ ଶିକ୍ଷାଦାନ କାର୍ଯ୍ୟ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ଯେ ଜଣେ ଶିକ୍ଷକ କରୋନା ପରେ ବିଦ୍ୟାଳୟ ଖୋଲିବା ଦିନଠାରୁ ମାତ୍ର ୧୦/୧୫ଦିନ ଯାଇଥିଲେବି ସେ ମାମକୁ ମାସ ଦରମା ପାଇବାରେ କିପରି ସକ୍ଷମ ହୋଇଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେବି ଦିନେକି ହେଲେ ଶିକ୍ଷା ବିଭାଗର କୌଣସି ଅଧିକାରୀଙ୍କ ପାଦପଡିନି ଏହି ବିଦ୍ୟାଳୟରେ । ଏ ସମ୍ପର୍କରେ ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଏ ବାବଦରେ ଜାଣିନୁ । କିନ୍ତୁ ଦୁଇମାସ ହେଲା ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେହି ଶିକ୍ଷକଙ୍କର ଅନୁପସ୍ଥିତ ତାଲିକା ଦେଇ ନଥିବାରୁ ଦରମା କରାଯାଇନି । କିନ୍ତୁ ପ୍ରଧାନ ଶିକ୍ଷକ କାହିଁକି ଅନୁପସ୍ଥିତ ତାଲିକା ଦେଇ ନାହାନ୍ତି ସେ ବାବଦରେ ମଧ୍ୟ ବୁଝି ନାହାନ୍ତି ବୋଲି କହିଛନ୍ତି । ଶିକ୍ଷା ବିଭାଗର କାର୍ଯ୍ୟକୁ ତଦାରଖ କରିବା ପାଇଁ କ୍ଲଷ୍ଟର ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପର୍ଯ୍ୟନ୍ତ ଅଧିକାରୀ ନିଯୁକ୍ତି ପାଇଥିଲେବି ଅଧିକାରୀମାନେ କଣ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ଜଣେ ଶିକ୍ଷକ ମାସ ମାସ ଧରି ବିଦ୍ୟାଳୟ ଯାଉ ନାହାନ୍ତି କିନ୍ତୁ ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ସିଆରସିସି କାହିଁକି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଏ ବାବଦରେ ରିପୋର୍ଟ କରି ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ମନମାନି ଚାଳୁଥିବାରୁ ଓ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଏଠାରେ ନାନା ଅନିୟମିତତା ହେଉଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେବି ଜିଲ୍ଲା ସ୍ତରୀୟ ଅଧିକାରୀ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତିି । ଯାହାଦ୍ୱାରା ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ଆବାସ ଯୋଜନା ତାଲିକାରେ ଅନିୟମିତତା ଅଭିଯୋଗ, ଆଇତିପୁର ପଞ୍ଚାୟତରେ ଉତ୍ତେଜନା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ