ଜଣେ ସରପଞ୍ଚ ଓ ୯ ଜଣ ୱାର୍ଡ ସଭ୍ୟଙ୍କ ପ୍ରାର୍ଥୀପତ୍ର ଦାଖଲ 

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ରେ ପ୍ରାର୍ଥୀପତ୍ର ଦାଖଲ କରିବାର ଦ୍ଵିତୀୟ ଦିନ ଜାନୁଆରୀ ୧୮ ତାରିଖ ଦିନ ଜଣେ ସମିତି ସଭ୍ୟ, ଜଣେ ସରପଞ୍ଚ ଓ ୯ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି । ଦ୍ଵିତୀୟ ଦିବସରେ ପୋଚାଲୁଣ୍ଡି ଗ୍ରାମ ପଞ୍ଚାୟତରେ ଜଣେ ସମିତି ସଭ୍ୟ ଓ ଜଣେ ୱାର୍ଡ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳମ୍ବ ଗ୍ରାମ ପଞ୍ଚାୟତରେ ଜଣେ ସରପଞ୍ଚ ଓ ଜଣେ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାର୍ଡ ସଭ୍ୟ ପାଇଁ ବାଲିପଦରରୁ ଜଣେ, ବିରଞ୍ଚିପୁରରୁ ଜଣେ, ମାଣିତରାରୁ ଦୁଇ ଜଣ, ମୋଟାବାଡ଼ିରୁ ଦୁଇଜଣ ଓ ପାଙ୍ଗିଡ଼ିରୁ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ