ଜଦି ବିବାହରେ ବିଳମ୍ବ ହେଉଛି

– ଜଦି ବିବାହରେ ବିଳମ୍ବ ହେଉଛି କିମ୍ବା ଯେତେ ଚେଷ୍ଟା କଲେ ମଧ୍ୟ ହେଇପାରୁ ନାହିଁ……ତେବେ ଭକ୍ତି, ବିଶ୍ବାସ ଏବଂ ନିଷ୍ଠାର ସହିତ କରନ୍ତୁ ଏହି ଉପାୟ ଦେଖିବେ ଅଳ୍ପଦିନ ବ୍ୟବଧାନରେ ବିବାହର ସମ୍ଭାବନା ନିଶ୍ଚୟ ଷୃଷ୍ଟି ହେବ ———॥

୧. ସାତଦିନ ପର‌୍ୟ୍ୟନ୍ତ ଲଗାତାର କରିବା ଜରୁରୀ….ଶେଷଦିନ ପୂଜା ସମାପନ କରି ବିର୍ଷଜନ କରିବେ ॥

– କୌଣସି ଶୁକ୍ଳପକ୍ଷ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ମନେମନେ ସ୍ମରଣ କରି ତୁଳସି ଚଉରା ମୂଳରେ ଗୋଟିଏ କୁଶବଟୁ ଚିହ୍ନ(ଓଡିଆ ୪ ସଂଖ୍ୟା ଭଳି) ଥିବା ଆମ୍ବକାଠର ନୂଆ ପିଢାଟିଏ ରଖିବେ॥
– ତାଉପରେ ନୂଆ ହଳଦିଆ କପଡାଟିଏ ପକାଇ କିଛି ଅରୁଆ ଚାଉଳ ରଖି ଗୋଟିଏ ଗୋଟାଗୁଆ ରଖିବେ ॥

– ତାଉପରେ ନୂଆ ହଳଦିଆ କପଡାଟିଏ ଓଢଣା ଭଳି ଦେବେ…..
ଆମ୍ବଡାଳ, ଦୁବ ବରକୋଳି ପତ୍ର, ଧୁପଦ୍ବିପ ନୈବେଦ୍ୟ(ଗୁଡ,ଛେନା) ଦେଇ ପୂଜା କରିବେ ॥

– ସେହିଠାରେ “ଓଁ ମାଲକ୍ଷ୍ମୀ ଦେବୈ ନମଃ” ୧୦୮ଥର ଜପ କରିବେ ॥

– ଏହାପୂର୍ବରୁ ପ୍ରଥମେ ସୂର‌୍ୟ୍ୟ ଭଗବାନଙ୍କୁ କ୍ଷିର ଓ ଗୁଡ ମିଶାଇ ସାତଥର ଅର୍ଘ୍ୟଦେଇ ମାଙ୍କର ପୂଜା ଆରମ୍ଭ କରିବେ ॥

– ପ୍ରତିଦିନ ପୂଜାପରେ ପିଢା ସହିତ ଗୁଆକୁ ନେଇ ଠାକୁରଙ୍କ ଘରେ ରଖିଥିବେ ଓ ଗୋଟିଏ ନୂଆ ମାଟିହାଣ୍ଡିରେ ସେସମସ୍ତ ପୂଜାରେ ଲାଗିଥିବା ଦ୍ରବ୍ୟକୁ ରଖିଦେବେ ॥

– ସାତଦିନ ପର‌୍ୟ୍ୟନ୍ତ ସମାନ ପୂଜା କରିବେ ଓ ଶେଷଦିନ ବିସର୍ଜନ କରି ସବୁ ସେହି ମାଟିହାଣ୍ଡିରେ ରଖି ବହିଯାଉଥିବା ଜଳରେ ଭସାଇଦେବେ ॥

୨. ଜଦି ବିବାହରେ ବିଳମ୍ବ ହେଉଛି କିମ୍ବା ଯେତେ ଚେଷ୍ଟା କଲେ ମଧ୍ୟ ହେଇପାରୁ ନାହିଁ……..ତେବେ
ପ୍ରଥମେ ୨୧ଖଣ୍ଡ ଗୋଟା ହଳଦି ଯୋଗାଡ କରିବେ ସେଗୁଡିକୁ କୌଣସି ଶୁକ୍ଳପକ୍ଷ ପ୍ରଥମ ସୋମବାର ଦିନ ଶିବ ଭଗବାନଙ୍କୁ ସମର୍ପଣ ଭାବ ସହିତ ଅର୍ପଣ କରିବେ ଓ ନିଜ ନାମ ଓ ଗୋତ୍ରରେ ଅଭିମନ୍ତ୍ରିତ କରି ନେଇ ଆସିବେ…….
ସେଗୁଡିକୁ ବାଟି ୨୧ଟି ଛୋଟ ଛୋଟ ଗୋଲ କରିଦେବେ …
ପ୍ରତ୍ୟେହ ସକାଳୁ ଶିବ ଭଗବାନଙ୍କର ଦର୍ଶନ ପରେ ସେହି ଗୋଲରୁ ଗୋଟିଏ ଖାଇବେ….
ଓ ପ୍ରତି ସୋମବାର ହଳଦି ପତ୍ରରେ ନିଜ ମା କିମ୍ବା ସର୍ମ୍ପକିୟ ଝାଡିଦେବେ…..
୨୧ଦିନ ଯୋଉଦିନ ସେହି ଦିନ ଶିବ ମନ୍ଦିର ରେ ଅଭିଷେକ କରିବେ…
ଦେଖିବେ ଅଳ୍ପଦିନ ବ୍ୟବଧାନରେ ବିବାହ ନିଶ୍ଚୟ ହେବ ‍
୩. ଯଦି ବାରାମ୍ବାର ବିବାହ ପ୍ରସ୍ତାବ ଆସୁଛି ମାତ୍ର ସୁଫଳ ମିଳୁନାହିଁ -ତେବେ-
ଞ୍ଚ ବିବାହ ପ୍ରସ୍ତାବକୁ ନେଇ କୁଣିଆ ଯେଉଁଦିନ ଆସିବାର ଥିବ, ଗୃହର ଦକ୍ଷିଣ-ପୂର୍ବ ବା ଅଗ୍ନି କୋଣରେ ଗୋଟିଏ ଘିଅ ଦ୍ବିପ ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି କୌଣସି କଣାଥିବା ପାତ୍ର ଘୋଡାଇ ରଖିଥିବେ, କୁଣିଆ ଆସି ଯିବାପରେ ତାକୁ କାଢି ଲିଭାଇ ଦେବେ ॥
ନିତିଶିକ୍ଷା – ଗୃହର ମୂଖ୍ୟଦ୍ବାରର ଦୁଇପଟେ ପୂର୍ଣ୍ଣକୂମ୍ଭ ଆମ୍ବଡାଳ ସହିତ ରଖିବେ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ