ଜନକଲ୍ୟାଣ କ୍ଲବର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀର ପୁରାତନ ସମାଜସେବା ଅନୁଷ୍ଠାନ ‘ଜନକଲ୍ୟାଣ କ୍ଲବ’ର ୫୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ୟୁନିଟ୍‌-୯ସ୍ଥିତ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସର୍ଗୀକୃତ ଭାବେ ଦେଶ ସେବାରେ ନିୟୋଜିତ ହେବାକୁ ଉପସ୍ଥିତ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ଏକ ସରସ, ସୁନ୍ଦର, ସ୍ୱଚ୍ଛ ଭୁବନେଶ୍ୱର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠାନର ସଭାପତି ନଟବର ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡଃ ନମିତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ରଞ୍ଜୁଲତା ରାୟ, ପୂର୍ବତନ କର୍ପୋରେଟର ତଥା ନୟାପଲ୍ଲୀ ଦୁର୍ଗାପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରା, ସମାଜସେବୀ ସମରେନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜନକଲ୍ୟାଣ କ୍ଲବ ଦୀର୍ଘଜୀବି ହୋଇ ଏହାର ସଭ୍ୟସଭ୍ୟାମାନେ ଦେଶ ଓ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବାହ୍ନରେ କାର୍ଯ୍ୟକାରୀ ସଭାପତି ସୁଧୀର ମହାନ୍ତି ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ସୁନୀଲ କୁମାର ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ ଓ ବନ୍ଦେ ମାତାରମ୍ ସଙ୍ଗୀତ ଗାନ କରାଯାଇଥିଲା । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ବନ୍ଦନା ହରିଚନ୍ଦନଙ୍କୁ ରାଜ୍ୟସ୍ତରୀୟ ଜନକଲ୍ୟାଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ରବୀନ୍ଦ୍ରନାଥ ରାଉତରାୟ, ନଟବର ସାମନ୍ତରାୟ ଓ ସୁରଥ ଚନ୍ଦ୍ର ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସର୍ବଶ୍ରୀ ଗୌରାଙ୍ଗ ନାୟକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରବିନାରାୟଣ ପାଢି, ମୃତ୍ୟୁଞ୍ଜୟ ଦାସ, ପ୍ରିୟବ୍ରତ ନାୟକ, ଜ୍ଞାନରଞ୍ଜନ ଦାଶ, ଉମେଶ ଚନ୍ଦ୍ର ନାୟକ, ଚନ୍ଦ୍ରଶେଖର ସାହୁ, ସୁ୍‌କାନ୍ତ ଦାଶ, ଆନନ୍ଦ କୁମାର ବେହେରା, ସନ୍ତୋଷ ମହାନ୍ତି, ଦୁଷ୍ମନ୍ତ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ