ଜନଗହଳି ସ୍ଥାନକୁ କରାଯିବ ସାନିଟାଇଜ:ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ): କରୋନା ଭୁତାଣୁ ମହାମାରୀର ରୂପ ନେଇଥିବା ବେଳେ ଏହାର ମୁକାବିଲା ସକାଶେ ସ୍ଥାନୀୟ ପୌରାଂଚଳର ପରିମଳ ଠିକ୍ କରାଯିବା ସହ ପୌରାଂଚଳକୁ ସାନିଟାଇଜ କରାଯିବ ବୋଲି ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପୌରାଂଚଳର ଜନଗହଳି ପୁର୍ଣ୍ଣ ଅଂଚଳ ଭାବେ ପରିଗଣିତ ପରିବା ବଜାର, ଜାତୀୟ ରାଜପଥ ପ୍ୱାଶ୍ୱର୍, ଲକ୍ଷ୍ମୀ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସର ଅଂଚଳକୁ ସାନିଟାଇଜ କରାଯିବ ଓ ପରବର୍ତି ସମୟରେ ପୌରାଂଚଳର ସମସ୍ତ ଏରିଆକୁ ସାନିଟାଇଜ କରାଯିବ ବୋଲି ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣରେ ୩ୟ ବ୍ୟକ୍ତି ଚିହ୍ନଟ ପରେ ଭବିଷ୍ୟତରେ ସଂକ୍ରମଣକାରୀଙ୍କସଂଖ୍ୟା ବଢିଯିବାର ସମ୍ଭାବନା ରହିଥିବା ବେଳେ ସମସ୍ତ ଜନସାଧାରଣ ଅଧିକ ସଚେତନ ହେବା ଆବଶ୍ୟକ ଏବଂ ଲକ୍‌ଡ଼ାଉନକୁ ଅଧିକ କଡ଼ାକଡ଼ି କରାଯିବା ବୋଲି କହିଛନ୍ତି । ଜନ ସଚେତନ ସହ ସାମାଜି୍‌କ ଦୁରତ୍ୱ ରକ୍ଷା କରିବା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁୂ ପୌରାଂଚଳବାସୀଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିବା ବେଳେ ମଧ୍ୟ ଲୋକେ ଏହାକୁ ସହଜରେ ଗ୍ରହଣ କରୁନଥିବା ଦେଖାଦେଇଛି । ବିଶେଷ କରି ଜନସାଧାରଣ ବଜାର ସଉଦା କରିବା ସମୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉନଥିବା ପରିଲିକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ