ଜନଜାଗରଣ ଅଭିଯାନ ପକ୍ଷରୁ ବିକ୍ଷୋଭ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ନାଗରିକ ସଂଶୋଧନ ଆଇନ ଓ ରାଷ୍ଟ୍ରିୟ ନାଗରିକତା ରେଜିଷ୍ଟରକୁ ଖାରଜ କରିବା ନିମନ୍ତେ ଦେଶବ୍ୟାପୀ ହରତାଳ ଚାଲିଥିବା ବେଳେ ବ୍ରହ୍ମପୁର ଜନଜାଗରଣ ଅଭିଯାନ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କ ନିକଟରେ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜର ଦାବିକୁ ଉପସ୍ଥାପନା କରିଛନ୍ତି । ଅଭିଯୋଗ ଅନୁସାରେ ଜାମିଆ ମିଲିଆ ଇସ୍ଲାମିକ ବିଶ୍ୱବିଦ୍ୟାଳୟ, ଆଲିଗଡ ମୁସଲିମ୍ ବିଦ୍ୟାଳୟ ଦେଶର ବିଭିନ୍ନ ରାଜ୍ୟରେ ପୋଲିସର ହିଂସା କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ନ୍ୟାୟ ପାଇ ଦାବୀ କରିଛନ୍ତି । ସେହିପରି ଜନଜାଗରଣ ଅଭିଯାନର ସଭାପତି ମଧୁସୁଦନ ସେଠୀ ବିନା ଅନୁମତିରେ ପାକିସ୍ଥାନ, ବାଲଂଦେଶ, ଆଫଗାନିସ୍ଥାନରୁ ଆସୁଛନ୍ତି ସେମାନଙ୍କୁ ଅତିଶିଘ୍ର ଚିହ୍ନଟ କରାଯାଇ ସେମାନଙ୍କ ଦେଶକୁ ଫେରାଉଦିଆଯାଉବୋଲି ନିଜର ମନ୍ତବ୍ୟରେ ସୂଚନା ଦେଇଛନ୍ତି । ସେହିପରି କିଶୋର ପାତ୍ର ପ୍ରକାଶ କରିଛନ୍ତି ଲୋକମାନଙ୍କ ନିମନ୍ତେ ରୋଜଗାର,ଶିକ୍ଷା, ସ୍ୱାସ୍ଥ୍ୟ,ସୁରକ୍ଷା ଉପରେ ଆଦି ଦୃ୍ଷ୍ଟି ଆକର୍ଷଣ କରିଥିଲେ ।


