ଜନଜାଗରଣ ମଞ୍ଚ ପକ୍ଷରୁ ଦାବୀ ପତ୍ର
ବାଲେଶ୍ୱର: (ଜୁଗାବ୍ଦ ନ୍ୟୁଜ୍) ବାଲେଶ୍ୱର ପୌରପାଳିକାର ୮ନଂ ୱାର୍ଡ ଓ ୯ନଂ ୱାର୍ଡରେ ପଡିରହୁଥିବା ଅଳିଆ ଆବର୍ଜନା ଯୋଗୁଁ ୱାର୍ଡର ପରିଷ୍କାର ନହେବାକୁ ନେଇ ମୁହଁ ଖୋଲିଛନ୍ତି ବାଲେଶ୍ୱର ଜନଜାଗରଣ ମଞ୍ଚ । ଉକ୍ତ ୱାର୍ଡରେ ଆଗରୁ ଥିବା ଅଳିଆ କୁଣ୍ଡ ଭାଙ୍ଗି ଯାଇଥିବାରୁ ଅଳିଆଗୁଡିକ ସେଥିରେ ଜମା ହୋଇ ବିଚ୍ଛୁରିତ ହେବା ଯୋଗୁଁ ଅସ୍ୱସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ସ୍ୱଚ୍ଛ ଭାରତ ଅଭିଯାନରେ ୱାର୍ଡର ସ୍ୱଚ୍ଛତା ପାଇଁ ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ ନିୟମିତ ଆସୁନାହାନ୍ତି ଫଳରେ ରାସ୍ତାଘାଟ ନାଳ ନର୍ଦ୍ଦମା ଅଳିଆରେ ପୂର୍ଣ୍ଣ ହୋଇଯାଉଛି । ଯାହାକୁ ନେଇ ଅଞ୍ଚଳରେ ଅଶାନ୍ତି ଦେଖାଦେଇଛି । ଏପରିକି ଏହି ୱାର୍ଡରେ ଅନେକ କଚ୍ଚା ନାଳ ଅଛି ଯେଉଁଥିରେ ଠିକ୍ ଭାବେ ଜଳ ନିସ୍କାଶନ ହୋଇପାରୁନାହିଁ । ଆଗକୁ ବର୍ଷା ଦିନ ଆସୁଥିବାରୁ ଆଗାମୀ ପରିସ୍ଥିତିକୁ ଲକ୍ଷ କରି ଜନଜାଗରଣ ମଞ୍ଚ ୱାର୍ଡର ପରିବର୍ତ୍ତନ ଆଣିବା ପାଇଁ ବାଲେଶ୍ୱର ପୌରପାଳିକାର ନିର୍ବହୀ ଅଧିକାରୀଙ୍କଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି । ବର୍ଷା ଦିନ ପୂର୍ବରୁ ଅଳିଆ କୁଣ୍ଡ ନିର୍ମାଣ ହେବା ସହ କଚ୍ଚା ନାଳଗୁଡିକର ମରାମତି କରିବାକୁ ସଂଘ ଦାବୀ କରିଛି ।