ଜନଜାତି ଛାତ୍ରଛାତ୍ରୀଙ୍କୁ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ ପହଁଚାଇବା ପ୍ରଧାନମନ୍ତ୍ରୀଙ୍କ କଳ୍ପନା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜନଜାତି ସମାଜର ଛାତ୍ରଛାତ୍ରୀ କେବଳ ଛାତ୍ରବୃତି ପାଇବା ନୁହେଁ ବରଂ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ କିପରି ପହଁଚିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କଳ୍ପନା ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦଲ୍ଲୀ ଠାରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଦ୍ୱାରା ଆୟୋଜିତ ଜାନଜାତି ଶିକ୍ଷା ଉପରେ ଆୟୋଜିତ ସମ୍ବାଦ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶିକ୍ଷା ନୀତି, ଜନଜାତି ସମୁଦାୟଙ୍କ ଶିକ୍ଷା ଉପରେ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କର କଳ୍ପନା ହେଉଛି ଜନଜାତି ସମାଜର ଯୁବକ ଯୁବତୀମାନେ କେବଳ ଚାକିରି କରିବ ନାହିଁ ବରଂ ଉଦ୍ୟୋଗୀ ବନିବେ ଓ ଚାରିରି ଦେବେ, ଏହା ଆଜି ଷ୍ଟାଣ୍ଡଅପ୍ ଯୋଜନାରେ ପ୍ରତିଫଳିତ ହୋଇଛି । ଏକବିଂଶ ଶତାବ୍ଦୀରେ ଭାରତକୁ ଜ୍ଞାନ ଆଧାରିତ ମହାଶକ୍ତି କରିବା ପାଇଁ ସମସ୍ତ ବର୍ଗଙ୍କୁ ଜ୍ଞାନ ଏବଂ ଶିକ୍ଷା ସହ ଯୋଡ଼ିବାକୁ ହେବ । ଆଜି ଆମେ ଗୁଣାତ୍ମକ ଶିକ୍ଷାକୁ ଭାଷା ଆଧାରିତ, ସମାବେଶୀ ଏବଂ ସାର୍ବଭୌମିକ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ରାଷ୍ଟ୍ରୀୟ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଉଛି । ଏଭଳି ସମୟରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗର ବ୍ୟାପକ ଅନୁଭବ ଏବଂ ନୀତିଗୁଡ଼ିକ ବାସ୍ତବରୂପ ଦେବାରେ ସହାୟକ ହେବ । ଆମକୁ ଭାରତର ସାମାଜିକ ଜୀବନରେ ନୀତିଆଦର୍ଶ, ଏକ୍ସପେରିଏନଟାଲ ଲର୍ଣ୍ଣି, ସଷ୍ଟେନବିଲିଟି ଭଳି ବିଷୟ ଉପରେ ଆମର ପାରମ୍ପରିକ ଜ୍ଞାନ, ପରମ୍ପରା ଏବଂ କୌଶଳକୁ ଆଧୁନିକ ଫ୍ରେମୱାର୍କକୁ ଆଣିବାକୁ ହେବ । ଏହି ସମ୍ବାଦ ଆମ ସମସ୍ତଙ୍କୁ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ରୂପରେ ସ୍ଥାପିକ କରିବାରେ ମାର୍ଗ ଦେଖାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ