ଜନଜାତି ଜୀବିକା ମିଶନ ମାଧ୍ୟମରେ ଚାଷୀ ମାନଙ୍କୁ ପାଣି ପମ୍ପ ବଣ୍ଟନ
ଉଦଳା,(ରାଜୀବ ବେହେରା): ଆଇ.ଟି.ଡ଼ି.ଏ. କାର୍ଯ୍ୟାଳୟ ଠାରେ ପାଣି ପମ୍ପ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଭାସ୍କର ମଢ଼େଇ, ଆଇ.ଟି.ଡ଼ି.ଏ. ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରୀ, ଓଡ଼ିଶା କୃଷି ଶିଳ୍ପ ନିଗମର ଜିଲ୍ଲା ପରିଋଳଜ ପ୍ରଫୁଲ୍ଲ ବେହେରା ଉପସ୍ଥିତ ରହି ଚାଷୀ ମାନଙ୍କୁ ସଚେତନ କରିବା ସହିତ ପାଣି ପମ୍ପ ବଣ୍ଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ଆଇ.ଟି.ଡ଼ି.ଏ. ଅଧୀନରେ ୪ ଗୋଟି ବ୍ଲକ୍ରେ ୪୮ ଗୋଟି ଜନଜାତି ପରିଷଦ ଗଠନ କରାଯାଇ ମୋଟ ୫୦ ଗୋଟି ପାଣି ପମ୍ପ ପ୍ରତ୍ୟେକ ଜନଜାତି ଜୀବିକା ପରିଷଦକୁ ମାନ୍ୟବର ବିଧାୟକଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଚାଷୀ ଭାଇ ଭଉଣୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.ଟି.ଡ଼ି.ଏ.ର ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ପ୍ରକଳ୍ପ ପରିପ୍ପଳକ ପ୍ରଣବ ଦାସ, ବିଷୟ ବିଷାରଦ ବୈଦ୍ୟନାଥ ଖଟୁଆ, ମନୋରଞ୍ଜନ ବେହେରା ପରିଚାଳନା କରିଥୁବା ବେଳେ ବ୍ଲକ ସ୍ତରୀୟ ଜୀବିକା ବିଶେଷଜ୍ଞ, ଶଶାଙ୍କ ଶେଖର ସାମଲ, ଦୀପକ ସାହୁ, ନବୀନ ପ୍ରଧାନ, ଅଖୁଳ ତରାଇ ଓ ସମସ୍ତ ଜୀବିକା ସାଥ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।