ଜନଜାତି ପଂଚାୟତ ପ୍ରତିନିଧିଙ୍କ ପାଇଁ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନୁସୂଚିତ ଜନଜାତି ବର୍ଗର ପଂଚାୟତିରାଜ ସଂସ୍ଥାନ ଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଏକ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଶ୍ରୀ ଅର୍ଜୁନ ମୁଣ୍ଡା ଏହିଜାତୀୟସ୍ତରର କାର୍ଯ୍ୟକ୍ରମ କୁଶୁଭାରମ୍ଭ କରିଥିଲେ । ସେ ମଧ୍ୟ “୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ” ଏବଂ ଏକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏହାହେଉଛି ପ୍ରାକୃତିକଝର ତଥା ଜଳଉତ୍ସ ଗୁଡ଼ିକର ଜଳୀୟ ଓ ରାସାୟନିକ ଗୁଣ ଦର୍ଶାଉଥିବା ଏକ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରେଣୁକା ସିଂ ସରୁତା ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାରେ ଜଙ୍ଗଲ ଅଧିକାର ଆଇନ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଏବଂ ମାନଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଉଦଘାଟନୀ ଅଧିବେଶନ ପରେ ଏକ ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ଜନଜାତି ବିକାଶନ ମୁନା, ଜନଜାତି ଜମି ହସ୍ତାନ୍ତରଣ, ବନ ଧନ ବିକାଶ କେନ୍ଦ୍ର ଏବଂ ଜନଜାତି ବିକାଶ ନବୋନ୍ମେଷ ସାମିଲ ଥିଲା । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଣ୍ଡା କହିଥିଲେ ଯେ “୧୦୦୦ ଜଳଉତ୍ସ କାର୍ଯ୍ୟକ୍ରମ”ର ଉଦ୍ଦେଶ୍ୟ ହେଉଛି ଦେଶର ଉପାନ୍ତ ଏବଂ ଅପହଁଚ ଇଲାକାରେ ରହୁଥିବା ଜନଜାତି ସମୁଦାୟର ଲୋକ ମାନଙ୍କ ନିକଟରେ ସ୍ୱଚ୍ଛ ଜଳ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା । ପ୍ରାକୃତିକ ଜଳ ଉତ୍ସକୁ ଯୋଡ଼ି ଜଳ ସଂକଟର ସମାଧାନ କରିବାଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତିଭୂମି ସୁବିଧା, ଚାଷ ଜମିକୁ ଜଳସେଚନ ସୁବିଧା, ଗୋଷ୍ଠୀ ସହଭାଗିତା ଜରିଆରେ ସାମୁଦାୟିକ ସ୍ୱଚ୍ଛତା କାର୍ଯ୍ୟକ୍ରମ, ଜନଜାତି ଲୋକମାନଙ୍କୁ ଜୀବନଜୀବିକା ଉପଲବ୍ଧ କରିବାଲାଗି ଲକ୍ଷ୍ୟ ରଖାଯାଇଛି । ସେକହିଥିଲେ ଯେ ଜିଆଇଏସ ଆଧାରିତ ମାନଚିତ୍ରର ଅନଲାଇନ ପୋର୍ଟାଲ ଜରିଆରେ ସମସ୍ତ ତଥ୍ୟ ଅନଲାଇନ ପ୍ଲାଟଫର୍ମରେ ମିଳିପାରିବ । ବର୍ତମାନସୁଦ୍ଧା ୧୭୦ଟି ପ୍ରାକୃତି କଜଳଉତ୍ସର ତଥ୍ୟ ସ୍ପ୍ରିଙ୍ଗ ଆଟଲାସରେ ଅପଲୋଡ କରାଯାଇସାରିଲାଣି । ଏହିଯୋଜନା ଅଧୀନରେ ଓଡ଼ିଶାର ତିନୋଟ ିଜିଲ୍ଲା କଳାହାଣ୍ଡି, କନ୍ଧମାଳ ଓ ଗଜପତିର ୭୦ଜଣ ଜନଜାତି ଯୁବକଙ୍କୁ ତାଲିମ ଦିଆଯାଇଛି । ଏମାନଙ୍କୁ ସ୍ଥାନୀୟ ଜଳବିଜ୍ଞାନୀଭାବେ ପାରମ୍ପରିକ ଓ ବୈଜ୍ଞାନି କଜ୍ଞାନ ସହିତ ପ୍ରାକୃତିକ ଜଳଉତ୍ସ ଚିହ୍ନଟ, ମାନଚିତ୍ରଣ ଓ ସେଗୁଡ଼ିକର ପୁନରୁଦ୍ଧାର ଓ ସୁରକ୍ଷାଲାଗି ପ୍ରଶିକ୍ଷଣ ଦିଆଯାଇଛି । ଅନ୍ୟପକ୍ଷରେ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମୁଣ୍ଡା କହିଥିଲେ ଯେ ସ୍ଥାନୀୟ ପ୍ରଶାସନସ୍ତରରେ ପଂଚାୟତିରାଜ ପ୍ରତିନିଧିମାନଙ୍କର ନିଷ୍ପତି ନେବାର କ୍ଷମତାବୃଦ୍ଧିକରି ସେମାନଙ୍କୁ ସଶକ୍ତକରିବା ଏହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମରେ ଜନଜାତିଙ୍କ ବିକାଶ ସହଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ସେମାନଙ୍କ ଅଧିକାରର ସୁରକ୍ଷା ଓ ସଂରକ୍ଷଣ ତଥା ସେମାନଙ୍କ କଲ୍ୟାଣ ଉପରେ ଗୁରୁତ୍ୱା ରୋପ କରାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ନୀତି ଏବଂ କାର୍ଯ୍ୟକ୍ରମର ଯୋଜନା, କାର୍ଯ୍ୟାନ୍ୱୟନ ଏବଂ ଅନୁଧ୍ୟାନରେ ଅନୁସୂଚିତଜନଜାତି ପଂଚାୟତିରାଜ ପ୍ରତିନିଧିମାନଙ୍କର ଅଧିକ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ । ବିକାଶ ପ୍ରକ୍ରିୟାରେ ସେମାନଙ୍କର ଅଧିକ ସମ୍ପୃକ୍ତି ଦ୍ୱାରା ଜନଜାତି ବିକାଶ ଲକ୍ଷ୍ୟ ଅଧିକ ମାତ୍ରାରେ ହାସଲ ହୋଇପାରିବ । ପଂଚାୟତିରାଜ ପ୍ରତିନିଧିମାନେ ସ୍ଥାନୀୟ ପ୍ରଶାସନ ସ୍ତରରେ ବିକାଶ ମୂଳକ ଯୋଜନାର କାର୍ଯ୍ୟକାରିତାରେ ସିଧାସଳଖ ସମ୍ପୃକ୍ତ ରହିପାରିଲେ ସମୁଦାୟ ଏବଂ କ୍ଷେତ୍ରୀୟସ୍ତରର ବିକାଶ ପ୍ରକ୍ରିୟାରେ ରହିଥିବା ଅଭାବ ଅସୁବିଧା ଦୂର କରାଯାଇପାରିବ । ଏହାଦ୍ୱାରା ବିଭିନ୍ନବିକାଶ ଏବଂ କଲ୍ୟାଣ ମୂଳକ ଯୋଜନାର କାର୍ଯ୍ୟକାରିତାରେ ଉନ୍ନତ ପରିଣାମ ମିଳିପାରିବ । ଏହି ଯୋଜନା ଆରମ୍ଭ କରାଯିବା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଗତ କିଛି ମାସହେବ ବିଭିନ୍ନ ଅଂଶୀଦାର ମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଅନୁସୂଚିତ ଜନଜାତି ବର୍ଗର ବିଭିନ୍ନ ପଂଚାୟତିରାଜ ପ୍ରତିନିଧି, ନାଗରିକ ସମାଜ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯିବା ପରେ ଏହି ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା । ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ସହମିଶି ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମର ମଡ୍ୟୁଲ ବିକଶିତ କରାଯାଇଛି । ତାଲିମ ଉଦ୍ଦେଶ୍ୟରେ ଏହାକୁ ବିଭିନ୍ନ ସ୍ଥାନୀୟ ଭାଷାରେ ଅନୁବାଦ କରାଯିବ । ଜନଜାତ ିସମୁଦାୟର ଲୋକମାନଙ୍କ ମଧ୍ୟରୁ ତାଲିମ ପ୍ରଦାନକାରୀ ମାନଙ୍କୁ ସମ୍ପୃକ୍ତ କରାଯିବ । ପ୍ରଥମେ ମାଷ୍ଟର ଟ୍ରେନର ମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ତାଲିମ ଦିଆଯିବା ପରେ ସେମାନେ ପଂଚାୟତି ରାଜ ପ୍ରତିନିଧିମାନଙ୍କୁ ସାମର୍ଥ୍ୟ ବିକାଶ ତାଲିମ ପ୍ରଦାନ କରିବେ । ରାଜ୍ୟ ଗ୍ରାମ୍ୟଉନ୍ନୟନ ଏବଂ ପଂଚାୟତିରାଜ ସଂସ୍ଥାନ ଜରିଆରେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱୟନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ