ଜନତା କର୍ଫୁ’କୁ ବିପୁଳ ସମର୍ଥନ
ଭୁବନେଶ୍ୱର : ରବିବାର ଦିନଟିକୁ ଦେଶବାସୀ ପାଳିଛନ୍ତି ଜନତା କର୍ଫୁକୁ । ଏ କର୍ଫୁ ଜନତାଙ୍କ ଦ୍ୱାରା, ଜନତାଙ୍କ କର୍ଫୁ ଜନତାଙ୍କ ପାଇଁ ଉଦ୍ଧିଷ୍ଟ ଥିଲା । ମାରାତ୍ମକ କୋରନା ଭାଇରସ୍କୁ ହଟାଇବା ହିଁ ଥିଲା କର୍ଫୁର ମୁଖ୍ୟ ଉଦ୍ଦେଶ୍ୟ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଦେଶବାସୀ ଜଣାଇଥିଲେ ବିପୁଳ ସମର୍ଥନ । ଏହାରୁ ବାଦ୍ ପଡ଼ି ନଥିଲା ସ୍ମାର୍ଟ ନଗରୀ ଭୁବନେଶ୍ୱର । ସ୍ମାର୍ଟ ନଗରୀ ହୋଇଯାଇଥିଲା ଜନଶୂନ୍ୟ । ଚାରିଆଡ଼େ ଖାଁ ଖାଁ । ଉପକଣ୍ଠରୁ ସହର ପର୍ଯ୍ୟନ୍ତ ଆବାଳ ବୃଦ୍ଧ, ବନିତା ଜନତା କର୍ଫୁକୁ ସମର୍ଥନ ଦେଇଥିଲେ । ଜନତା କର୍ଫୁକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ପୋଖରୀ ପୁଟ ଅଞ୍ଚଳର ସବୁସ୍ଥାନ ଶୂନ୍ଶାନ୍ ହୋଇଯାଇଥିଲା । କେହି ସକାଳୁ ପଦାକୁ ବାହାରି ନଥିଲେ । ନିକଟରେ ଥିବା ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍ -୨ରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଏବଂ ତାଙ୍କର ପରିବାର ଛାତ ଉପରେ ଥାଳି ବଜାଇ କରୋନା ବିରୋଧି ଲଢ଼େଇରେ ସାମିଲ୍ ହୋଇଥିବା ବ୍ୟକ୍ତି ମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଥିଲେ । ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏ ସଚେତନତାର ବାର୍ତ୍ତାଟିକୁ ଅଞ୍ଚଳରେ ବାଣ୍ଟିଥିବାର ଜଣା ପଡ଼ିଛି ।


