ଜନତା କର୍ଫ୍ୟୁ ଓ ଲକ୍ଡ଼ାଉନକୁ ହିଂଜିଳିକାଟୁରେ ଜନ ସମର୍ଥନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ । କରୋନା ସଂକମଣରୁ ଦୂରେଇ ରହିବା ପାଇଁ କେବଳ ଜନସଚେତନତା ଏକମାତ୍ର ପନ୍ଥା ରହିଥିବା ବେଳେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଏହାର ମୁକାବିଲା କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ଜନତା କର୍ଫ୍ୟୁ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଡ଼ାଉନ ଘୋଷଣାକୁ ସମର୍ଥନ ଜଣାଇଛି ହିଂଜିଳିକାଟୁବାସୀ । ରବିବାର ସକାଳ ୭ଟାରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଔଷଧ ଦୋକନକୁ ବାଦ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିବା ବେଳେ ଯାନବାହାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ହିଂଜିଳି ପୋଲିସ, ବ୍ଳକ ଓ ତହସିଲ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ସହରର ଜନସାଧାରଣ ଘରୁ ବାହରକୁ ନବାହାରିବା ପାଇଁ ଅନୁରୋଧ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୃତୟନ ରହିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୫ଟାରେ ବହୁ ବ୍ୟକ୍ତି ନିଜ ନିଜ ଘର ଛାତ ଉପରେ ରହି କିଛି ସମୟ ପାଇଁ ଘଂଟ ବଜାଉଥିବାର ଦେଖିବାକୁ ମିଳିଥିଲା ।


