ଜନତା କର୍ଫ୍ୟୁ : ୩୭୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସାଧାରଣ ଲୋକଙ୍କୁ ଜନତା କର୍ଫ୍ୟୁ ପାଳିବା ପାଇଁ ନିବେଦନ କରିଛନ୍ତି। ଏହାକୁ ସଫଳ କରିବା ପାଇଁ ଭାରତୀୟ ରେଲୱେ ତାର ୩୭୦୦ ଯାତ୍ରୀ ଏବଂ ଦୂର ଦୂରାନ୍ତର ମେଲ / ଏକ୍ସପ୍ରେସ ଟ୍ରେନ ବାତିଲ କରିବାକୁ ଘୋଷଣା କରିଛି। ଅନ୍ୟପକ୍ଷରେ ଘରୋଇ ଏୟାରଲାଇନ୍ସ ଗୋ ଏୟାର ଏବଂ ଇଣ୍ଡିଗୋ ମଧ୍ୟ ରବିବାର ଦିନ ସେମାନଙ୍କର ବିମାନ ବାତିଲ କରିଛନ୍ତି।
ରେଳବାଇର ନିର୍ଦ୍ଦେଶ ଅନୁଯାୟୀ, ଦେଶର କୌଣସି ରେଳ ଷ୍ଟେସନରୁ ଶନିବାର / ରବିବାର ମଧ୍ୟରାତ୍ରରୁ ରବିବାର ରାତି ୧୦ଟା ପର୍ୟ୍ୟନ୍ତ କୌଣସି ଯାତ୍ରୀ କିମ୍ବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ନାହିଁ। ଶୁକ୍ରବାର ସନ୍ଧ୍ୟାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ରେଳବାଇ ବୋର୍ଡ କହିଛି ଯେ ମୁମ୍ବଇ, ଦିଲ୍ଲୀ, କୋଲକାତା, ଚେନ୍ନଇ ଏବଂ ସିକନ୍ଦରାବାଦର ଉପନଗର ରେଳ ସେବା କଟାଯିବ ଏବଂ ଆବଶ୍ୟକ ଯାତ୍ରା ପାଇଁ କେବଳ ଟ୍ରେନ୍ ଚଳାଚଳ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ