ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ
କୋଦଳା: ଭାରତ ତଥା ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଗଂଜାମ ବେଗୁନିଆପଡ଼ା ବ୍ଳକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ବେଗୁନିଆପଡ଼ା ଜନତା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ନେତାଜୀଙ୍କ ବୀର ଗାଥା, ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କ ଅବଦାନ, ଜନ୍ମ ସ୍ଥାନ ଓ ତାଙ୍କ ଜୀବନୀ କିଭଳି ରହିଥିଲା ସେ ନେଇ ଛାତ୍ର ଛାତ୍ରୀମାନେ ବକୃତା ପ୍ରଦାନ କରିଥିଲେ । ନେତାଜୀଙ୍କ ଜୀବନୀ ଓ ଆଦର୍ଶରେ ଛାତ୍ରଛାତ୍ରୀ ମାନେ ଅନୁପ୍ରାଣିତ ହୋଇ ବାସ୍ତବ ଜୀବନରେ ଲଗାଇଲେ ଜଣେ ଉତ୍ତମ ବ୍ୟକ୍ତି ହୋଇପାରିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଥିଲେ । ପ୍ରଧାନ ଶିକ୍ଷକ କେ ଭିମ ରାଜୁ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।


