ଜନପ୍ରତିନିଧିଙ୍କୁ ସାଧୁବାଦ ଜଣାଇଲେ ଜିଲ୍ଲାପାଳ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ମହାମାରୀ କୋରନା ହଟାଇବାରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ଗଞ୍ଜାମ ବାସି,ସମସ୍ତ ବ୍ଲକ ଅଫିସର ଓ କ୍ଷମତା ପ୍ରାପ୍ତ ଜିଲ୍ଲାପାଳ ଜନ ପ୍ରତିନିଧି ଏହିପରି ଜଟିଳ ପରିସ୍ଥିତିର ପରିଚାଳନା ଦକ୍ଷତାର ସହିତ କରିଥିବାରୁ ପ୍ରଥମେ ସେମାନଙ୍କୁ ହାତ ଯୋଡି ସାଧୁବାଦ ଜଣାଇଥିଲେ ଜିଲ୍ଲାପାଳ, ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଊସାହାବ ବ୍ଲକ ଅଦକ୍ଷା ସଙ୍ଗୀତା ବେହେରା, ଜନପ୍ରତିନିଧି ବ୍ଲକ ର ସମସ୍ଥ ଅଫିସର ର ବିଭିନ୍ନ ଅଧିକାରୀଙ୍କୁ ନେଇ ମହାମାରୀ କୋରନା ମୁକାବିଲାକୁ ନେଇ ସମୀକ୍ଷା ବୈଠକ କରିଥିଲେ | ଜନସାଧାରଣ ମାନଙ୍କର ଜନ ଜୀବନକୁ ବଞ୍ଚାଇବା ଆମ୍ଭମାନଙ୍କର କର୍ତ୍ତବ୍ୟ,କଠିନ ପରିଶ୍ରମ କରି ଏହିସବୁ କାର୍ଯ୍ୟ ଆପଣମାନେ ସୁପରିଚାଳନା କରିଥିବା ଯୋଗୁ ଆପଣ ମାନେ ଶ୍ରେୟ ପାଇବା ଯୋଗ୍ୟ ବୋଲି କହିଥିଲେ | ଆପଣମାନଙ୍କର ସହଯୋଗରେ ମହାମାରୀ କୋରନା ରୁ ଆଜି ଜନସାଧାରଣ ମାନଙ୍କୁ ମୁକ୍ତି ମିଳିପାରିଛି | ଗଞ୍ଜାମ ବାସି ସଫଳତାର ସହ ସୁପରିଚାଳନା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସନ୍ତୋଷ ପ୍ରକାଶ କରିଥିବା ଜିଲ୍ଲାପାଳ କହିଥିଲେ | ବର୍ତ୍ତମାନ ଆମ ସମସ୍ତଙ୍କୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସତର୍କତା ସହ ରହିବାକୁ ପଡିବ | ମହାମାରୀ କୋରନା ଆଉ ଯେପରି ଫେରି ନ ଆସେ ଆମ୍ଭେମାନେ ଆଗାମୀ ଦିନରେ ଆପଣମାନଙ୍କର ଦାଇତ୍ୱ ନେବୁ ବୋଲି ଉପସ୍ତିତି ଥିବା ଜନପ୍ରତିନିଧିକୁ ପରାମର୍ଶ ଦେଇଥିଲେ | ଏହା ବ୍ୟତୀତ ଗାଁ ଗାଁ ରେ ସଚେତନତା ମାସ୍କ ବ୍ୟବହାର,ଦୋକାନ ବଜାରରେ ସାମାଜିକ ଦୂରତା ରଖିବା,ଭୋଜି ମନ୍ଦିରରେ ଜନଗହଳି ନକରିବା ପାଇଁ ପରାମର୍ଶ ଦେଇଥିଲେ | କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନୁଦାନ ମଧ୍ୟରେ ପ୍ରଥମେ ସ୍କୁଲ ଓ ଅଙ୍ଗନବାଡି ର ରୂପ ରେଖା ବଦଳାଇବା ପାଣି, ପାଇଖାନା,ରାସ୍ତାଘାଟ ଆଦିକୁ ପରିସ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦେଇଥିଲେ | ବୈଠକରେ ଅଭାବ ସାର ବିକ୍ରୟର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ