ଜନବସତିରେ ଅତି ନିକଟରେ ସଙ୍ଗରୋଧ କେନ୍ଦ୍ର ,ସ୍ଥାନାନ୍ତର ପାଇଁ ଅଞ୍ଚଳ ବାସୀଙ୍କ ଦାବି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ପ୍ରବାସୀ ଓଡ଼ିଆଙ୍କ ଓଡିଶା ଆଗମନ ଜାରି ରହିଛି ।ବେଲଗୁଣ୍ଠା ବ୍ଳକ୍ ଓ ଏନ୍.ଏ.ସି କୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୨୦୦ ପ୍ରବାସୀ ଓଡିଆ ଆସି ଅଞ୍ଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ।ଆଗକୁ ଆହୁରି ଅଧିକା ପ୍ରବାସୀ ଓଡ଼ିଆ ଆସିବାର ଥିବାରୁ ବହୁ ସଙ୍ଗରୋଧ କେନ୍ଦ୍ରକୁ ପ୍ରସ୍ତୁତ କରି ରଖିଛନ୍ତି ପ୍ରଶାସନ ।ବେଲଗୁଣ୍ଠା ସହର ଗୋପିନାଥ ସାହି ସ୍ଥିତ ବାଲିଡି ଉ.ପ୍ରା ବିଦ୍ୟାଳୟ ମଧ୍ୟ ସଙ୍ଗରୋଧ କେନ୍ଦ୍ର ୧ ଭାବେ ପ୍ରସ୍ତୁତ ହୋଇରହିଛି ।କିନ୍ତୁ ସ୍କୁଲରେ ସଙ୍ଗରୋଧ କେନ୍ଦ୍ର ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ ବୋଲି ଜଣାପଡିଛି ଏବଂ ଏହା ଜନବସତିର ଅତି ନିକଟରେ ଥିବାରୁ ବିଦ୍ୟାଳୟ ନିକଟରେ ଥିବାରୁ ନିକଟସ୍ଥ ଅଞ୍ଚଳବାସୀ ଙ୍କ ମନରେ ଭୟ ସୃଷ୍ଟି ହୋଇଛି ।ବିଦ୍ୟାଳୟର ଅତି ନିକଟରେ କେଉଟ ସାହି ଓ ଗୋପିନାଥ ସାହିର ଲୋକ ବସବାସ କରୁଛନ୍ତି ।ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣ ସୁରତ ଫେରନ୍ତା ଥିବାରୁ ଅଞ୍ଚଳବାସୀଙ୍କ ଭୟ ଦ୍ୱିଗୁଣିତ ହୋଇଅଛି ।ରାସ୍ତାର ଗୋଟିଏ କଡରେ ବିଦ୍ୟାଳୟ ତଥା ସଙ୍ଗରୋଧ କେନ୍ଦ୍ରଟି ଥିବା ବେଳେ ଆରପଟର ବହୁ ସାହିବାସିନ୍ଦାଙ୍କ ଘର ରହିଅଛି ।ପୁଣି ବିଦ୍ୟାଳୟ ହତା ଭିତରେ ଥିବା ପାଇଖାନାର ମଇଳା ନିଷ୍କାସନ ନାଳ ଗୁଡିକ ରାସ୍ତା କଡରେ ଥିବା ନାଳ ସହ ସଂଯୁକ୍ତ ଥିବାରୁ ରୋଗ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ତେଣୁ ଏ ଦିଗରେ ଦୃଷ୍ଟି ଦିଆଯାଉ ଏବଂ ସଙ୍ଗରୋଧ କେନ୍ଦ୍ର ଟିକୁ ଜନବସତି ଦୂରରେ ଥିବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ