ଜନଶକ୍ତି ପାର୍ଟିର ପ୍ଲାକାର୍ଡ ଶୋଭାଯାତ୍ରାର ଦ୍ୱିତୀୟ ଦିବସ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଦୀର୍ଘ ଦିନ ଧରି କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥାର ପ୍ରତିକାର ଦାବୀରେ ଜନଶକ୍ତି ପାର୍ଟି ଚଳାଇ ଆସୁଥିବା ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବିଶିଷ୍ଟ ମହାମନିଷିଙ୍କ ପ୍ରତିମୂର୍ତି ତଳେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାହାର ୧୫ ଦିନ ପରେ ଅପ୍ରେଲ ୫ ତାରିଖରୁ ଆରମ୍ଭ ହୋଇଥିବା ପ୍ଲ୍ଲାକାର୍ଡ ଶୋଭାଯାତ୍ରା ଚାନ୍ଦୋଳଠାରୁ ଆରମ୍ଭ ହୋଇ ୨ ୟ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଭାଯାତ୍ରା ପହଁଚି ପ୍ରତିବାଦ କରାଯାଇଥିଲା । ଡାକ୍ତରଖାନାରେ ସମସ୍ତ ଡାକ୍ତର ପଦବୀ ପୁରଣ ସହିତ ନୂତନ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ ଦାଶ, ଶ୍ରମିକ ସଭାପତି ରମେଶ ଥାଟୋଇ, ସଂଖ୍ୟାଲଘୁ ସେଲର ସେକ ଅମିରୁଦ୍ଦିନ, ପିତବାସ ଦାସ, ନାରାୟଣ ମଲ୍ଲିକ, ଦୈତାରୀ ସାହୁ, ବସନ୍ତ ପଲାଇ, ବିବେକ ନାୟକ, ସୁବାଷ ରାଉତ, ଗଗନ ସିଂହ, ବନମାଳି ମଲ୍ଲିକ, ଅଶୋକ ରାଉତ, ସୂର୍ଯ୍ୟମଣି ପଣ୍ଡା ପ୍ରମୁଖ ଶତାଧିକ କର୍ମୀ ୧ ଘଂଟା ଶୋଭାଯାତ୍ରାରେ ଥାଇ ମେଡିକାଲ ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା ନ ସୁଧୁରିବା ଯାଏଁ ଏବଂ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ଯାଏ ଆନ୍ଦୋଳନ ୧ ମାସ ଧରି ଚାଲୁ ରହିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି । ବିଜୁବାବୁଙ୍କ କର୍ମଭୁମି ଆଜି ଅବହେଳିତ । ଦୀର୍ଘ ୫୦ ବର୍ଷ ଧରି ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ଜିତାଇ ଥିବାବେଳେ କେନ୍ଦ୍ରାପଡାବାସୀଙ୍କ ଦୁଃଖ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର କରିବେ ବୋଲି ଜନଶକ୍ତି ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ