ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୈାଧୁରୀଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ଗିରିମଠ ସନ୍ନିକଟ ଦଳିତ ସାହିରେ ଜନଶକ୍ତି ପାର୍ଟି ପକ୍ଷରୁ ନବକୃଷ୍ଣ ଚୈାଧୁରୀଙ୍କ ଜୟନ୍ତୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଦଳିତ ସାହିର ଶିଶୁମାନଙ୍କୁ ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ କୁମାର ଦାଶ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ସ୍ୱର୍ଗତ ଚୈାଧୁରୀଙ୍କ ମଦ ବିରୋଧୀ ଆଇନ, ସାଧୁତା, ସଚୋଟତା, ଦୁର୍ନିତୀ ମୁକ୍ତ ଚିନ୍ତାଧାରା, ସମାଜସେବା ସମ୍ପର୍କରେ ଆଲୋକପାତ କରିବା ସହ ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଚୈାଧୁରୀଙ୍କ ଆଦର୍ଶରେ ଆଜିର ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟମଣୀ ପଣ୍ଡା, ଧନେଶ୍ୱର ଦାସ, ସୁଦର୍ଶନ ବେହେରା, ନରୋତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ