ଜନଶକ୍ତି ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜନଶକ୍ତି ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେଶ୍ୟରେ ୯ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସଭାପତି ବରିଷ୍ଟ ଆଇନଜୀବି ପ୍ରଦୀପ ଦାଶଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଜନହିତକର ଏବଂ ବିଶେଷ କରି କରୋନା ମହାମାରୀ ନିମନ୍ତେ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ରିଲିଫ କୋର୍ଡ ସଂଶୋଧନ କରାଯାଇ ଅଡିଟ ବ୍ୟବସ୍ଥା ଏବଂ ବାଟମାରଣା ବନ୍ଦ କରାଯିବା, କୁଟୀର ଶିଳ୍ପ ପ୍ରତିଷ୍ଠା କରାଯିବା, କରୋନା ସମୟରେ ସାମ୍ବାଦିକ ଏବଂ ଜନସାଧାରଣଙ୍କ ନାମରେ ହୋଇଥିବା ମିଥ୍ୟା ମୋକଦ୍ଦମାକୁ ପ୍ରତ୍ୟାହାର କରାଯିବା, ସାମାଜିକ କର୍ମୀ ହତ୍ୟା ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯିବା, କେନ୍ଦ୍ରାପଡା ଜିଲ୍ଲାରେ ପାସେଞ୍ଜର ରେଳ ତୁରନ୍ତ ଚାଲୁ କରାଯିବା, ଶିଳ୍ପ ପ୍ରତିଷ୍ଠା, ପ୍ରତ୍ୟେକ ପରିବାରରୁ ଜଣଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା, ରାଜ୍ୟର ଓକିଲ, ମୋହରିର ଏବଂ ପ୍ରଫେସନାଲକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ, ଦରଦାମ ବୃଦ୍ଧି କରୁଥିବା କଳାବଜାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଓଡିଶାକୁ ରାମରାଜ୍ୟ ଭାବେ ଗଠନ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ ପ୍ରମୁଖ ଦାବି ରହିଛି । ସାମାଜିକ ଦୂରତା ରକ୍ଷା ପୂର୍ବକ ଦିଲ୍ଲୀପ କୁମାର ଯେନା, ଭାରତୀ ଲେଙ୍କା, ପ୍ରଭାତ ବେହେରା, ରମେଶ ଥାଟୋଇ, ଭିମ ସେଠୀ, ବସନ୍ତ ପରିଡା, ସୁବାସ ରାଉତ, ପବିତ୍ର ବେହେରା, ଅଭିରାମ ସେଠୀ, ଗଗନ ରାଉତ , ପ୍ରହଲ୍ଲାଦ ମାହାଳି ପ୍ରମୁଖ ଦଳର ଆଇନଜୀବି ଓ କାର୍ଯ୍ୟ କର୍ତ୍ତାମାନେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ