ଜନଶକ୍ତି ପାର୍ଟି ମହିଳା ଶାଖାର ଜିଲ୍ଲା କାର୍ଯ୍ୟାକାରିଣୀ ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜନଶକ୍ତି ପାର୍ଟିର କେନ୍ଦ୍ରାପଡା ଜିଲ୍ଲା ମହିଳା ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ଜିଲ୍ଲା ମହିଳା ସଭାନେତ୍ରୀ ନମିତା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ କୁମାର ଦାଶ ଯୋଗଦେଇ ମହିଳାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିଶେଷକରି ମମତା ମେହେରଙ୍କ ନିଖୋଜ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ଦାବି କରିଥିଲା । ଏଥିସହିତ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ବହିଷ୍କାର କରାଯିବା ଏବଂ ମହିଳାମାନଙ୍କ ପାଇଁ ଶିକ୍ଷା, ଚାକିରୀ ଓ ନିର୍ବାଚନରେ ୫୦ପ୍ରତିଶତ ସଂରକ୍ଷଣ କରାଯିବାକୁ ଦାବି କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ସଭାନେତ୍ରୀ କବିତା ପ୍ରଧାନ, ମିନାରାଣୀ ନାୟକ, ସରୋଜିନୀ ନାୟକ, ସମିନା ବିବି, ରେବତୀ ପତ୍ରୀ, ସୁମିତ୍ରା ନାୟକ, ବରଞ୍ଜିତ ସାହୁ, ବଳରାମ ବେହେରା, ଅଲେଖ ନାୟକ, ସେକ ହାପିଜୁଦ୍ଦିନ, ଲାଲ ବେଗ, ମୁକ୍ତେଶ୍ୱର ସ୍ୱାଇଁ, ଉମେଶ ପାଢୀ, ଜୟଦେବ ସିଂ, ମୃତ୍ୟୁଞ୍ଜୟ ପରିଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।


