ଜନଶୁଣାଣି ବେଳେ ଗୋଷ୍ଠୀ ସଂଘର୍ଷ: ୨ ଆହତ

ବାଲେଶ୍ୱର(ସରୋଜ ପଣ୍ଡା) : ଜନଶୁଣାଣି ବେଳେ ଗୋଷ୍ଠୀ ସଂଘର୍ଷ । ବାଲେଶ୍ୱର ଜଳେଶ୍ୱରରେ ବାଲିଖାଦାନ ନିଲାମ ପାଇଁ ଜନ ଶୁଣାଣି ବେଳେ ଉତ୍ତେଜନା । ସପକ୍ଷ-ବିପକ୍ଷବାଦୀ ମଧ୍ୟରେ ହାତାହାତି। ସେକସରାଇ ବାଲି ସୈରାତ ପାଇଁ ମହମ୍ମଦ ନଗର ପାଟଣା ପଞ୍ଚାୟତ ଅଫିସ୍ ପରିସରରେ ଚାଲିଥିଲା ଜନ ଶୁଣାଣି। ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣ ଜନଶୁଣାଣି ଅନୁଷ୍ଠିତ ହେଉଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ପରେ ଅଧାରୁ ବନ୍ଦ ରହିଛି ଜନଶୁଣାଣି । ଏହି ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି । ଜଳେଶ୍ବର ତହସିଲ କାର୍ଯ୍ୟାଳୟରେ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ