ଜନସଂଖ୍ୟା ସ୍ଥିରତା କାର୍ଯ୍ୟକ୍ରମରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେଲା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
ଛତ୍ରପୁର, (ଦେବଦତ୍ତ ମହାରଣା):ଗତ ଜୁଲାଇ ମାସ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମୁନିସିପେଣ୍ଠ ମେଡିକାଲ ପରିସରରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ର ଜନସଂଖ୍ୟା ସ୍ଥିରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନିତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଡାକ୍ତର ଭି. ସରୋଜିନୀ ଦେବୀ, ଜିଲ୍ଲା ପ୍ରସାରଣ ଅଧିକାରୀ ରଘୁନାଥ ସାହୁ, ଶକ୍ତି ଦିଗାଲ ପ୍ରମୁଖ ଉପସ୍ଥିତ ରହି ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁ, ଡାକ୍ତର ସନ୍ତୋଷିନୀ ସେଠୀ, ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସିମାଂଚଳ ପ୍ରଧାନ, ଶ୍ରୀକାନ୍ତ ଚୌଧୂରୀ ଓ ଶିବାନୀ ଶତପଥିଙ୍କ ସମେତ ବହୁ ଷ୍ଟାଫ୍ ମାନେ ଉପସ୍ଥିତ ରହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।